Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ବ୍ୟାଙ୍କର ସମନ୍ବୟ କମିଟି ବୈଠକ ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ବ୍ୟାଙ୍କର ସମନ୍ବୟ କମିଟି ବୈଠକ ଅନୁଷ୍ଠିତ

24

ପୁରୀ ୧୭.୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଜିଲ୍ଲାସ୍ତରୀୟ ବ୍ୟାଙ୍କର ସମନ୍ବୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ସ୍ବୟଂ ସହାୟକ ଗୋଷ୍ଠୀ, ପ୍ରଧାନମାନ୍ତ୍ରୀ ରୋଜଗାର ଯୋଜନା, କୃଷି ଓ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ରକୁ ଆର୍ଥିକ ସହାୟତା ସଂକ୍ରାନ୍ତୀୟ ପଦକ୍ଷେପକୁ ତ୍ବରାନ୍ବିତ କରିବାକୁ ଜିଲ୍ଲାପାଳ ବ୍ୟାଙ୍କ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରଣ ସଂକ୍ରନ୍ତୀୟ ଦରଖାସ୍ତ ଗୁଡିକ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ବିଶେଷକରି କୃଷି କ୍ଷେତ୍ରକୁ ଅଧିକ ରଣ ପ୍ରଦାନ ନିମନ୍ତେ ବିଧିବଦ୍ଧ ଭାବେ ବ୍ୟାଙ୍କ ଗୁଡିକ ନୀତିଗତ ନିଷ୍ପତ୍ତି ଗ୍ରହଣ କରିବାକୁ ଶ୍ରୀ ସିଂ ପରାମର୍ଶ ଦେଇଛନ୍ତି। ଏହାଦ୍ବାରା ଦେଣନେଣ ପ୍ରକ୍ରିୟା ତ୍ବରାନ୍ବିତ ହୋଇ କୃଷକ ମାନଙ୍କ ଆୟବୃଦ୍ଧିରେ ସହାୟକ ହେବ। ଜିଲ୍ଲା ସମନ୍ବୟ କମିଟି ବୈଠକର ନିଷ୍ପତ୍ତି ପାଳନ କରିବାକୁ ବ୍ୟାଙ୍କ ମାନଙ୍କୁ କୁହାଯାଇଛି। ଲକ୍ଷ୍ୟ ହାସଲକାରୀ ବ୍ୟାଙ୍କ ଗୁଡିକୁ ପୁରସ୍କୃତ କରାଯିବ। ବ୍ୟାଙ୍କ ଗୁଡିକ ମିଶନଶକ୍ତି, ଓଡିଶା ଜୀବିକା ମିଶନ, ଜିଲ୍ଲା ଶିଳ୍ପ କେନ୍ଦ୍ର ଅଧିକାରୀ ମାନଙ୍କ ସହ ଦୈନଦିନ ବୈଠକ କରି ବିଭିନ୍ନ ଯୋଜନା ସଂକ୍ରାନ୍ତୀୟ ସହାୟତା ଉପରେ ସମୀକ୍ଷା କରି ପଦକ୍ଷେପ ଗ୍ରହଣ କରାଯିବ। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନିତି ରଞ୍ଜନ ସେନ, ଏଲଡିଏମ ଶ୍ରୀ ବ୍ରଜ କିଶୋର ମହାନ୍ତି, ଡିଆଇସି ମ୍ୟାନେଜର, ବିଭିନ୍ନ ବ୍ୟାଙ୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.