Home ଓଡ଼ିଶା ବ୍ରାହ୍ମଣୀ ନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣଙ୍କୁ ମୃତଦେହ ଠାବ

ବ୍ରାହ୍ମଣୀ ନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣଙ୍କୁ ମୃତଦେହ ଠାବ

125

ଭୁବନେଶ୍ଵର,୧୦/୦୯,(ଓଡ଼ିଆ ପୁଅ ପି ନାଏକ): ବ୍ରାହ୍ମଣୀ ନଦୀ ଡଙ୍ଗାବୁଡି ଫଳରେ ନିଖୋଜ ଘଟଣାରେ ଆଜି ଚତୁର୍ଥ ଦିନରେ ୩ ନିଖୋଜ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ରୋଡ ଗ୍ରାମର ରମେଶ ସାହୁ। ରେଣ୍ଠାପାଟ ପଞ୍ଚାୟତ ତଳ ଗେଙ୍ଗୁଟିଆ ବାଲିଘାଟରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି ।ମୋଟ୍ ୪ଜଣ ନିଖୋଜ ହୋଇଥିବାବେଳେ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏବେବି ଆଉ ୨ ଜଣ ନିଖୋଜ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୭ ତାରିଖ ଶନିବାର ରାତି ୯ଟା ସମୟରେ ଖଡଗପ୍ରସାଦ ଘାଟରୁ ୨ ଜଣ ନାଉରି ସମେତ ମୋଟ୍ ୯ ଜଣ ଡଙ୍ଗାପାରି ହୋଇ କୁନ୍ଦନଦେଇପୁର ଘାଟକୁ ଆସୁଥିବା ବେଳେ ଅଧା ନଦୀରେ ଡଙ୍ଗାବୁଡିଯାଥିଲା। ନାଉରିଙ୍କ ସମେତ ୫ ଜଣ ପହଁରି ପହଁରି କୂଳକୁ ପଳାଇ ଆସିଥିଲ୍ । ମାତ୍ର ୪ ଜଣ ନିଖୋଜ ହୋଇଯାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.