Home ଓଡ଼ିଶା ଚେକିଂ ବେଳେ ଖସି ଯିବାକୁ ଉଦ୍ୟମ କରି ବାଇକ୍ ଚାଳକ ଆହତ

ଚେକିଂ ବେଳେ ଖସି ଯିବାକୁ ଉଦ୍ୟମ କରି ବାଇକ୍ ଚାଳକ ଆହତ

208

କଟକ,୧୦/୦୯,(ଓଡ଼ିଆ ପୁଅ ପି ନାଏକ): କଟକ ଯୋବ୍ରା ଠାରେ ହେଲମେଟ ଧରପଗଡ ବେଳେ ଜଣେ ବାଇକ ଆରୋହୀ ଗୁରୁତର । ଗୁରୁତର ବାଇକ୍ ଆରୋହୀ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି । ଘଟଣାସ୍ଥଳରେ ସ୍ଥାନୀୟଲୋକେଙ୍କ ଉତ୍ତେଜନା ସୃଷ୍ଟି ହୋଇଛି ।

ମିଳିଥିବା ସୂଚନାନୁସାରେ, ଗତକାଲି ରାତିରେ ଯୋବ୍ରାଠାରେ ପୋଲିସ ହେଲମେଟ୍ ଚେକିଂ କରୁଥିବା ବେଳେ ବାଇକ ଆରୋହୀ ଜଣକ ହେଲମେଟ ପିନ୍ଧି ନଥିବାରୁ ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲେ । ସେହି ସମୟରେ ପୋଲିସ ବାଇକ୍ ଆଗରେ ବାଡି ଦେଖାଇବାରୁ ବାଇକ ଆରୋହୀ ଭାରସାମ୍ୟ ହରାଇ ତଳେ ପଡିଯାଇଥିଲେ । ତେବେ ତାଙ୍କ ମୁଣ୍ଡରେ ଗଭୀର ଆହାତ ଲାଗିଥିଲା । ଘଟଣା ପରେ ସ୍ଥାନୀୟଲୋକେ ଉତ୍ତ୍ୟକ୍ତ ହୋଇପଡିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.