Home କୋରାପୁଟ ବୋଲେର ଧକ୍କାରେ ୫ କାଉଡିଆ ଆହତ

ବୋଲେର ଧକ୍କାରେ ୫ କାଉଡିଆ ଆହତ

136

କୋରାପୁଟ ୨୮-୦୭ (ଓଡିଆ ପୁଅ /ରଂଜନ କୁମାର ଦାସ) ଶନିବାର ବିଳମ୍ବିତ ରାତିରେ ଜୟପୁର-ବୈପାରିଗୁଡା ରାସ୍ତାରେ ଏକ ବୋଲେର ଧକ୍କାରେ ୫ଜଣ କାଉଡିଆ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ପୁରୀ ଜିଲା କାକଟପୁର, ଅସ୍ତରଙ୍ଗ ଅଂଚଳର କେତେକ ଯୁବକ ଶ୍ରାବଣ ସୋମବାରରେ ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରରେ ଜଳାଭିଷେକ କରିବାକୁ କୋରାପୁଟ ଆସିଥିଲେ। ଶନିବାର ରାତିରେ ସେମାନେ ଜୟପୁର ନିକଟ କୋଲାବ ନଦୀରୁ ଜଳ ନେଇ ଯାଉଥିବାବେଳେ ବୈପାରିଗୁଡା ନିକଟରେ ଏକ ଅଜଣା ବୋଲେର କାଉଡିଆ ମାନଙ୍କୁ ଧକ୍କା ଦେଇ କେଉଁଆଡେ ଉଭାନ ହୋଇଯାଇଥିଲା। ଖବର ପାଇ ବୈପାରିଗୁଡା ପୁଲିସ ଓ ସ୍ଥାନୀୟ ଲୋକ ଆହତ ମାନଙ୍କୁ ଉଦ୍ଧାର କରି କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲେ।କୋରାପୁଟରେ ପ୍ରାଥମିକ ଚିକିତ୍ସା ପରେ ଆହତ ସମ୍ବୁନା ପ୍ରଧାନ(୧୬), ପିଙ୍କନ ପରିଡା(୨୭), ଓ ପାପୁନି ବସ୍ତିଆଙ୍କୁ(୨୭) ବ୍ରହ୍ମପୁର ସ୍ଥାନାନ୍ତର କରା ଯାଇଥିବାବେଳେ କେଦାର ପ୍ରଧାନ(୨୫) ଓ ବଟ ଗିରି(୨୯) ସ୍ୱଇଛାରେ ହସ୍ପିଟାଲ ଛାଡି ଚାଲି ଯାଇଥିବା ଜଣାପଡିଛି। ଆହତ ମାନଙ୍କ ଗୋଡ ଓ ହାତରେ ଆଘାତ ଲାଗିଥିଲା ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.