Home ଜିଲ୍ଲା ପରିକ୍ରମା ବିଶିଷ୍ଟ ଶିକ୍ଷାବିତ୍ ଦିବାକର ତ୍ରିପାଠୀଙ୍କ ପରଲୋକ

ବିଶିଷ୍ଟ ଶିକ୍ଷାବିତ୍ ଦିବାକର ତ୍ରିପାଠୀଙ୍କ ପରଲୋକ

32

ପୁରୀ, ୦୫/୨୧: ପୁରୀ ବିଶ୍ୱମ୍ବର ବିଦ୍ୟାପିଠର ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ବିଶିଷ୍ଟ ଶିକ୍ଷାବିତ ଦିବାକର ତ୍ରିପାଠୀଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ତାଙ୍କର ପରଲୋକ ହୋଇଥିଲା। ତାଙ୍କର ମର ଶରୀରକୁ ପୁରୀସ୍ଥିତ ମାର୍କଣ୍ଡେଶ୍ୱର ସାହି ବାସଭବନକୁ ଅଣାଯାଇଥିଲା। ମୃତ୍ୟୁ ଖବର ସହରରେ ପ୍ରଚାରିତ ହେବା ପରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଓ ତାଙ୍କର ବହୁ ପୁରାତନ ଛାତ୍ର ବାସଭବନକୁ ଯାଇ ଶେଷ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଅପ୍ରଣ କରିଥିଲେ। ସ୍ୱର୍ଗତ ତ୍ରିପାଠୀ ୧୯୫୯ ମସିହାରୁ ଶିକ୍ଷକତା ଆରମ୍ଭ କରିଥିଲେ। ୧୯୯୩ ମସିହାରେ, ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ୧୯୯୪ ମସିହାରେ, ଗବେଷଣାମୂଳକ ନିବନ୍ଧ ଲାଗି ସେ ଏନସିଇଆରଟି ଦ୍ୱାରା ଜାତୀୟ ପୁରସ୍କାର ଲାଭ କରିଥିଲେ। ସେ ଜଣେ ଛାତ୍ରବତ୍ସଳ ଶିକ୍ଷକଭାବେ ପ୍ରତିଷ୍ଠା ଅର୍ଜନ କରିଥିଲେ। ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବିମଳ ପ୍ରସାଦ ମହାନ୍ତି, ସାମ୍ବାଦିକ ପ୍ରଦିପ ମହାନ୍ତି, ମଧୂସୁଦନ ମିଶ୍ର, ବିଶ୍ୱଜିତ ମିଶ୍ର, ସୁକାନ୍ତ ପଣ୍ଡା, ବଦ୍ରି ମିଶ୍ର, ଶ୍ୟାମ ପ୍ରକାଶ ସେନାପତିଙ୍କ ସମେତ ବହୁ ମାନ୍ୟଗନ୍ୟ ଭଦ୍ରବ୍ୟକ୍ତି ଭଦ୍ର ମହିଳା ସ୍ୱର୍ଗତ ତ୍ରିପାଠୀଙ୍କ ପ୍ରତି ଅନ୍ତିମ ସମ୍ମାନ ଜଣାଇଥିଲେ। ତାଙ୍କ ମର ଶରୀରକୁ ତାଙ୍କ ବାସଭବନ ଠାରୁ ଏକ ପଟୁଆରରେ ସ୍ୱର୍ଗଦ୍ୱାରକୁ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କର ଜ୍ୟଷ୍ଠ ପୁତ୍ର ବିଭୁପ୍ରସାଦ ତ୍ରିପାଠୀ ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁ ସଜ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ବିଦ୍ୟୁତ ପ୍ରଭା ତ୍ରିପାଠୀ, ପୁତ୍ର ପ୍ରଜ୍ଞାନନ୍ଦ, କନ୍ୟା ରାଜଶ୍ରୀ, ଜୟଶ୍ରୀ, ପ୍ରଜ୍ଞାଶ୍ରୀ, ପୁତ୍ରବଧୂ ପଦ୍ମଜା ଓ ସାଗରିକାଙ୍କ ସହ ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁରେ ପ୍ରାକ୍ତନ ବାଚସ୍ପତି ମହେଶ୍ୱର ମହାନ୍ତି, ବିଶିଷ୍ଟ ସାମ୍ବାଦିକ ସତ୍ୟ ନାରାୟଣ ଦାସ ପ୍ରମୁଖ ଶୋକବାର୍ତ୍ତା ଜଣାଇଛନ୍ତି। ସ୍ୱର୍ଗତ ତ୍ରିପାଠୀ ପୁରୀ ସେବା ସମିତି ରାମକୃଷ୍ଣ ମିଶନ ଓ ଅନ୍ୟାନ୍ୟ ବହୁ ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.