Home ଓଡ଼ିଶା ମଂଚ ପୂଜା ଓ ପୁଷ୍ପମାଲ୍ୟ ଅର୍ପଣ ରେ ରଣପୁର ମହୋତ୍ସବ ଅନୁଷ୍ଠିତ

ମଂଚ ପୂଜା ଓ ପୁଷ୍ପମାଲ୍ୟ ଅର୍ପଣ ରେ ରଣପୁର ମହୋତ୍ସବ ଅନୁଷ୍ଠିତ

44

ନୟାଗଡ/୫/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ରେ ଦୀର୍ଘ ବର୍ଷ ହେଲା ରଣପୁର ମହୋତ୍ସବ ଅନୁଷ୍ଠିତ ହୋଇଆସୁଥିଲା । ଏହି ମହୋତ୍ସବ ୩ ଦିନରୁ ଆରମ୍ଭ କରି ୫ ଦିନ ପର୍ଯ୍ୟନ୍ତ ଚାଲିଥାଏ । ରଣପୁର ର ସହିଦ୍ ଅର୍ଜ୍ଜୁନ ରାଉତ , ସହିଦ୍ ରଘୁଦିବାକର ଓ ସନ୍ଥ କବି ଭକ୍ତ ଚରଣ ଦାସ ଙ୍କର ଉଦେଶ୍ୟ ରେ ଏହି ମହୋତ୍ସବ ଆରମ୍ଭ କରାଯାଇଥିଲା । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ କୋଭିଡ୍ ୧୯ କଟକଣା ଯୋଗୁଁ କେବଳ ପୁଷ୍ପମାଲ୍ୟ ଅର୍ପଣ ଓ ମଂଚ ପୂଜାରେ ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି । ପ୍ରତି ବର୍ଷ ଜାନୁଆରୀ ୫ ତାରିଖରୁ ଏହି ମହୋତ୍ସବ ଆରମ୍ଭ ହୋଇଥାଏ । ତେଣୁ କୋଭିଡ୍ କଟକଣା କୁ  ପ୍ରାଧାନ୍ୟ ଦେଇ ଜାନୁଆରୀ ୫ ତାରିଖ ଭୋର ରୁ ରାମ୍‌ଧୁନ୍ କରାଯାଇଥିଲା ।

ଦିବା ୧୧ ଘଟିକା ସମୟରେ ରଣପୁର ପଞ୍ଚୁ ଦୋଳ ପଡିଆରେ ଥିବା ସହିଦ୍ ରଘୁ ଦିବାକର ଙ୍କ ପ୍ରତି ମୃର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ପରେ ରଣପୁର ଭଣ୍ଡାରୀ ସାହି ରେ ସହିଦ୍ ଅର୍ଜ୍ଜୁନ ରାଉତ ପୀଠରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ଶେଷରେ ରଣପୁର ବାଘସାମନ୍ତ ପଡିଆରେ ଥିବା ମହୋତ୍ସବ ମଂଚକୁ ପୂଜାର୍ଚ୍ଚନା କରାଯାଇଥିଲା । ରଣପୁର ମନ୍ଦାକିନୀ ସାହିତ୍ୟ ସଂସଦ ତରଫରୁ ସୁରେଶ ଦାଶ ଙ୍କର ସ୍ମୃତି ଉଦେଶ୍ୟରେ ଏକ କବି ସମ୍ମିଳନୀ କରାଯାଇଥିଲା । ଏଥିରେ ରଣପୁର ମହୋତ୍ସବ କମିଟିର ସଭାପତି ବିଧାୟକ ସତ୍ୟ ନାରାୟଣ ପ୍ରଧାନ ସମ୍ପାଦକ ସୁରେଶ ମିଶ୍ର , ସଂଯୋଜକ ଇଂ ଦେବାଶିଶ୍ ପଟ୍ଟନାୟକ ଓ ରଣପୁର ମହୋତ୍ସବ କମିଟି ର ଅନ୍ୟ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ଚଳିତ ବର୍ଷ ମହୋତ୍ସବ ବନ୍ଦ ହେବା ଯୋଗୁଁ କିଛି ବ୍ୟକ୍ତିଙ୍କର ମନରେ ବିଷାଦ ଦେଖାଦେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.