Home ଜିଲ୍ଲା ପରିକ୍ରମା ବିଭିନ୍ନ ଦାବି ନେଇ ମାଲକାନଗିରି ରାଜସ୍ୱ ସେବା ଅଧିକାରୀ ମାନେ ୨୬ତାରିଖରୁ ସମୂହ ଛୁଟିରେ ଯିବେ

ବିଭିନ୍ନ ଦାବି ନେଇ ମାଲକାନଗିରି ରାଜସ୍ୱ ସେବା ଅଧିକାରୀ ମାନେ ୨୬ତାରିଖରୁ ସମୂହ ଛୁଟିରେ ଯିବେ

125

ମାଲକାନଗିରି,୨୨ା୧୨(ଓଡିଆ ପୁଅ ) ବିଭିନ୍ନ ଦାବି ନେଇ ରାଜ୍ୟ ରାଜସ୍ୱ ଅଧିକାରୀ ସଂଘ ଡାକରାରେ ମାଲକାନଗିରି ଜିଲ୍ଲାରେ  କାର୍ଯ୍ୟରତ  ସହକାରୀ ଜିଲ୍ଲାପାଳ,ଅତିରିକ୍ତ ତହସିଲଦାର,ଉପନିବନ୍ଧକ,ନିର୍ବାହି ଅଧିକାରୀ,ରାଜସ୍ୱ ସେବାଅଧିକାରୀ ମାନେ ଆସନ୍ତା୨୬ତାରିଖ ଠାରୁ ସମୂହ ଛୁଟିରେ ଯିବେ ବୋଲି ଚେତାବନୀ ଦେଇଛନ୍ତି । ପ୍ରକାଶ ଥାଉକି ମୁଖ୍ୟମନ୍ତ୍ରୀଙ୍କ ତିନୋଟି ଆହ୍ୱାନ  ସ୍ୱଚ୍ଛତା,ପ୍ରଯୁକ୍ତି,ଟିମ ଓ୍ୟାର୍କ ମାଧ୍ୟମରେ ସାଧାରଣ ଜନତାତୁ ସଠିକ ସମୟରେ ସେବା ଯୋଗାଇଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ରାଜସ୍ୱ ସେବା ଅଧିକାରୀ ମାନଙ୍କ ପ୍ରତି ବୈମାତୃକ ଭାବନା ଯୋଗୁଁ ସେମାନୋ ହତାସ ହୋଇପଡିଛନ୍ତି ।ସେମାନଙ୍କ ଦାବି ତୁରନ୍ତ ପୁରଣ କରାନଗଲେ ଆସନ୍ତା ୨୬ତାରିଖ ରୁ ସମୂହ ଛୁଟିରେ ଯିବେ ବୋଲି ଜିଲ୍ଲା ସଂଘର ପକ୍ଷରୁ ସୁଚନା ଦିଆ ଯାଇଛି । ରାଜସ୍ୱ ସେବା ଅଧିକାରୀ ମାନେ ସମୂହ ଛୁଟିରେ ଗଲେ ଜିଲ୍ଲାରେ ସମସ୍ତ କାର୍ଯ୍ୟାଳୟରେ ଉନ୍ନୟନ କାର୍ଯ୍ୟ ଠପ୍ ହୋଇଯିବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.