Home ଜିଲ୍ଲା ପରିକ୍ରମା ବିପଦଶଙ୍କୁଳ କାଠପୋଲରେ ମା’ ଙ୍କ ଦର୍ଶନ ପାଇଁ ଭିଡ଼

ବିପଦଶଙ୍କୁଳ କାଠପୋଲରେ ମା’ ଙ୍କ ଦର୍ଶନ ପାଇଁ ଭିଡ଼

32

ନୟାଗଡ଼ ୧୮/୦୯ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ଼ ଜିଲ୍ଲା ରଣପୁର ଗଡ଼ଜାତ ତଥା ରଣପୁରବାସୀଙ୍କର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ଖିଲାମୁଣ୍ଡା। ପ୍ରତ୍ୟକ୍ଷ ଠାକୁରାଣୀ ଭାବରେ ପରିଚିତ। ଯେ କି ରଣପୁରର ବଡ଼ମାଳ ରାଆଁଳା ଗ୍ରାମ ନିକଟରେ ରହିଛନ୍ତି। ଏହି ପୀଠ ଏକ ପର୍ଯ୍ୟଟନ କେନ୍ଦ୍ର ହୋଇଥିଲେ ସୁଦ୍ଧା ଏ ଯାଏଁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇନାହିଁ। ରଣପୁର ଠାରୁ ୨୦ କିଲୋମିଟର ଦୂରରେ ମା’ଙ୍କ ପୀଠ। ଶ୍ରଦ୍ଧାଳୁ ଭକ୍ତମାନେ ସହ ସହ ସଂଖ୍ୟାରେ ମା’ଙ୍କ ପୀଠକୁ ଯାତାୟତ କରୁଥିବା ବେଳେ ପୂଜା ପାର୍ବଣ ଓ ଶାରଦୀୟ ଶୋଢ଼ଷ ପୂଜା ସମୟରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଅତ୍ୟଧିକ ଦେଖିବାକୁ ମିଳିଥାଏ। କିନ୍ତୁ ମା’ଙ୍କ ପୀଠ କୁ ଯିବାପାଇଁ ହେଲେ ଏକ ପାହାଡ଼ିଆ ନଦୀ ପ୍ରତିବନ୍ଧକ ସାଜିଥାଏ। ଏହି ନଦୀରେ ଏକ ବ୍ରିଜ୍ ହୋଇଥିଲେ ମଧ୍ୟ ବ୍ରିଜ୍ କୁ ରାସ୍ତା ସଂଯୋଗୀ କରଣ ଏଯାଏଁ ହୋଇପାରି ନାହିଁ। ଅଂଚଳବାସୀ ଓ ଶ୍ରଦ୍ଧାଳୁ ଭକ୍ତମାନେ ବାରମ୍ବାର ଅନୁରୋଧ କଲେ ସୁଦ୍ଧା ପ୍ରଶାସନ ଅଣଦେଖା କରିଚାଲିଛି।

ଯାହାଫଳରେ ବିପଦଶଙ୍କୁଳ କାଠ ପୋଲ ଦେଇ ଶ୍ରଦ୍ଧାଳୁ ଭକ୍ତ ମାନେ ଏବଂ ନୟାଗଡ଼ ଡ଼ମସାହି କୁ ଯାତାୟତ କରୁଥିବା ଲୋକମାନେ ଯିବା ଆସିବା କରିବାକୁ ପଡୁଛି। ପୁରୁଣା ଖତରା କାଠ ପୋଲ କେତେବେଳେ ଯେ ଭୁଷୁଡ଼ି ନଯିବ କେହି କହିପାରିବେ ନାହିଁ। ଧନ ଜୀବନ ହାନୀ ହେବା ପୁର୍ବରୁ ବ୍ରିଜ୍ କୁ ରାସ୍ତା ସଂଯୋଗୀକରଣ କରିବା ପାଇଁ ସରପଞ୍ଚ କଳ୍ପନା ପ୍ରଧାନ ଦାବି କରିଛନ୍ତି। ରାସ୍ତା ସଂଯୋଗୀକରଣ ପାଇଁ ମନରେଗା ଯୋଜନା ରେ ଅର୍ଥ ବ୍ୟୟ ବରାଦ ହୋଇଥିଲେ ସୁଦ୍ଧା ଜବକାର୍ଡଧାରୀ ସରକାରୀ ଧାର୍ଯ୍ୟ ମଜୁରୀ ରେ କାର୍ଯ୍ୟ କରୁନାହାଁନ୍ତି। ତେଣୁ ସଂଯୋଗୀକରଣ ହୋଇପାରୁନାହିଁ ବୋଲି ରଣପୁର ବ୍ଲକ ସହକାରୀ ଯନ୍ତ୍ରୀ ରବିନ୍ଦ୍ର କୁମାର ସାହୁ ପ୍ରଶ୍ନରେ କହିଛନ୍ତି। ଅନ୍ୟ ଯୋଜନା ରେ ଅର୍ଥ ବ୍ୟୟ ବରାଦ କରାଯାଇ ବ୍ରିଜ୍ କୁ ରାସ୍ତା ସଂଯୋଗୀକରଣ କରିବା ପାଇଁ ଜନସାଧାରଣ ଦାବି କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.