Home Top News ବିଜେପିକୁ ଆକ୍ଷେପ କରିବା ପୂର୍ବରୁ ଜୟରାମ ରମେଶ ଦର୍ପଣରେ ନିଜ ଚେହେରା ଦେଖନ୍ତୁ : ମୋହନ...

ବିଜେପିକୁ ଆକ୍ଷେପ କରିବା ପୂର୍ବରୁ ଜୟରାମ ରମେଶ ଦର୍ପଣରେ ନିଜ ଚେହେରା ଦେଖନ୍ତୁ : ମୋହନ ମାଝୀ

30

– ନିଜ ସ୍ଥିତି ଓ ଅସ୍ତିତ୍ୱକୁ ବଂଚାଇ ରଖିବା ପାଇଁ ପଦଯାତ୍ରା ଆଳରେ ଡ୍ରାମା ବାଜି କରୁଛନ୍ତି ରାହୁଲ ଗାନ୍ଧୀ
– ରାଜ୍ୟରେ କଂଗ୍ରେସ ଦଳ ଶାସକ ବିଜେଡିର ‘ବି-ଟିମ୍‌’ ସାଜି କ୍ଷମତା ଉପଭୋଗ କରୁଛି
– କଂଗ୍ରେସର ଶୀର୍ଷ ନେତୃତ୍ୱ ଆଜି ଶାସକ ବିଜେଡି ପାଖରେ ବନ୍ଧା ପଡିଛନ୍ତି
ଭୁବନେଶ୍ୱର ୧୮/୦୯ (ଓଡ଼ିଆ ପୁଅ) : ଆଜି ନିଜ ଦୋଷ ଓ ଦୁର୍ବଳତାକୁ ଦେଶବାସୀଙ୍କ ସମ୍ମୁଖରେ ଲୁଚାଇବା ପାଇଁ ଦେଶ ବିଭାଜନର ମୁଖ୍ୟ କାରଣ ସାଜିଥିବା କଂଗ୍ରେସ ଦଳର ବଂଶଜମାନେ ବର୍ତମାନ ବିଭିନ୍ନ ଡ୍ରାମାବାଜି କରୁଛନ୍ତି। ଅତୀତର ଦୋଷ ପାଇଁ ପ୍ରାୟଶ୍ଚିତ ନକରି ପଦଯାତ୍ରା ଦ୍ୱାରା ନିଜ ପାପକୁ ଆହୁରି ଦ୍ୱିଗୁଣିତ କରୁଛନ୍ତି। ଦେଶ ସ୍ୱାଧୀନ ହେବା ପରେ କଂଗ୍ରେସ ଦଳର କେବଳ ବଂଶବାଦ ଓ ତୁଷ୍ଟିକରଣ ରାଜନୀତି କାରଣରୁ ଭାରତବର୍ଷର ବିକାଶ ବାଧାପ୍ରାପ୍ତ ହୋଇଛି। ଅନ୍ୟ ପଟେ ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ୍‌, ସବ୍‌କା ପ୍ରୟାସ’କୁ ପାଥେୟ କରି ବର୍ତମାନର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଗତ ୮ ବର୍ଷର ଶାସନରେ ଅନେକ ଜନକଲ୍ୟାଣ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରି ଭାରତବର୍ଷକୁ ଦେଶ ତଥା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସ୍ଥାପନା କରିବାରେ ସଫଳ ହୋଇଛନ୍ତି। କଂଗ୍ରେସ ଦଳର ଦାୟାଦ ସାଜିଥିବା ରାହୁଲ ଗାନ୍ଧୀ ଏହାକୁ ସହି ନପାରି ଏବଂ ନିଜ ସ୍ଥିତି ଓ ଅସ୍ତିତ୍ୱକୁ ବଂଚାଇ ରଖିବା ପାଇଁ ପଦଯାତ୍ରା ଆଳରେ ଡ୍ରାମା ବାଜି କରୁଛନ୍ତି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଅତୀତର କୁକର୍ମ ପାଇଁ ରାଷ୍ଟ୍ରୀୟ ସ୍ତରରେ କଂଗ୍ରେସ ଦଳର ସ୍ଥିତି ଦିନକୁ ଦିନ ରସାତଳଗାମୀ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ, ବଳିଷ୍ଠ ବ୍ୟକ୍ତିତ୍ୱ ଓ ଲୋକାଭୀମୁଖୀ ଯୋଜନାକୁ କଂଗ୍ରେସର ହାଇକମାଣ୍ଡଙ୍କଠାରୁ ତୃଣମୂଳ ସ୍ତରର ନେତାମାନେ ଅସହିଷ୍ଣୁ ହୋଇପଡିଛନ୍ତି। ୨୦୧୪ମସିହାରେ ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଦେଶ ଓ ବିଦେଶରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ କଂଗ୍ରେସ ନେତା ରାହୁଳ ଗାନ୍ଧୀ ସହଜେ ହଜମ ନକରିପାରି ବାଉଳା ଚାଉଳା ହେଉଛନ୍ତି। କଂଗ୍ରେସ “ଭାରତ ଯୋଡ” ଯାତ୍ରା ଆରମ୍ଭ କଲାବେଳକୁ ଗୋଟିଏ ଗୋଟିଏ ରାଜ୍ୟରେ ଦଳ ଛିଡି ପଡୁଛି। ଦୁଇଦିନ ତଳେ ଗୋଆ ପ୍ରଦେଶରେ କଂଗ୍ରେସ ଦଳ ପରିତ୍ୟାଗ କରିଥିବା ବିଧାୟକଙ୍କ ଘଟଣା ହେଉଛି କଂଗ୍ରେସ ଦଳର ବାସ୍ତବ ସ୍ଥିତି।ଏପରିକି ଓଡିଶାରେ ମଧ୍ୟ ନିଜ ସ୍ଥିତି ବଜାୟ ରଖିବା ପାଇଁ କଂଗ୍ରେସ ଦଳ ସଂଗ୍ରାମ ଜାରୀ ରଖିଛି। ରାଜ୍ୟରେ କଂଗ୍ରେସ ଦଳ ଶାସକ ବିଜେଡିର ବି-ଟିମ୍ ସାଜି କ୍ଷମତା ଉପଭୋଗ କରୁଛି। ଓଡିଶା କଂଗ୍ରେସର ଶୀର୍ଷ ନେତୃତ୍ୱ ଆଜି ଶାସକ ବିଜେଡି ପାଖରେ ବନ୍ଧା ପଡିଛନ୍ତି। ତତ୍କାଳୀନ ବିରୋଧୀ ଦଳ ନେତା ତଥା ବର୍ତମାନର ବିଜେଡି ବିଧାୟକ ଭୁପିନ୍ଦର ସିଂହଙ୍କ କଥା କାହାକୁ ଅଛପା ନାହିଁ। ଭାରତୀୟ ଜନତା ପାର୍ଟୀକୁ ଆକ୍ଷେପ କରିବା ପୂର୍ବରୁ କଂଗ୍ରେସ ବରିଷ୍ଠ ନେତା ଶ୍ରୀ ଜୟରାମ ରମେଶ ପ୍ରଥମେ ଦର୍ପଣରେ ନିଜ ଚେହେରା ଦେଖିବା ଉଚିତ୍ ବୋଲି ଶ୍ରୀ ମାଝୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.