Home ଗଞ୍ଜାମ ବିନା ସୂଚନା ଫଳକର ରାସ୍ତା ନିର୍ମାଣ କାର୍ଯ୍ୟ ସରିଗଲା, ଲାଗିଲାନି ସୂଚନା ଫଳକ। ସରକାରଙ୍କ ୫...

ବିନା ସୂଚନା ଫଳକର ରାସ୍ତା ନିର୍ମାଣ କାର୍ଯ୍ୟ ସରିଗଲା, ଲାଗିଲାନି ସୂଚନା ଫଳକ। ସରକାରଙ୍କ ୫ ଟି ଉପରେ ପ୍ରଶ୍ନବାଚୀ

108

କୋଦଳା: ୨୦/୦୯ (ଓଡ଼ିଆ ପୁଅ/ସୁଶାନ୍ତ ପଟ୍ଟନାୟକ) ସରକାରୀ ଅର୍ଥରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ବିଭିନ୍ନ ରାଶି ଉପଯୋଗ କରିବା କ୍ଷେତ୍ରରେ ପ୍ରଥମେ ସୂଚନା ଫଳକ ବୋର୍ଡ ତିଆରି କରିବା ପାଇଁ ନିର୍ଦେଶ ରହିଛି। କିନ୍ତୁ ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅଧୀନସ୍ଥ ମଠବ୍ରହ୍ମପୁର ଗ୍ରାମରେ ଏହି ନିୟମକୁ ବେଖାତିର୍ କରାଯାଇଥିବା ଦେଖିବାକୁ ମିଳିଛି। ଏପରିକି ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଥିବା ବେଳେ ଏଯାବତ୍ ସୂଚନା ଫଳକ ଦେଖିବାକୁ ମିଳିନି। ଅଭିଯୋଗ ଅନୁସାରେ ଅନୁସାରେ ଏହି ଗ୍ରାମର ଖଲାଦଣ୍ଡା ରାସ୍ତାର ମଝି ପାର୍ଶ୍ଵରୁ PWD ରାସ୍ତା ଯାଏଁ ବିଗତ ଦିନରେ ଚତୁର୍ଦ୍ଦଶ ଅର୍ଥ କମିଶନ ଯୋଜନାରେ ରାସ୍ତା ନିର୍ମାଣ ହୋଇଥିଲା।କିନ୍ତୁ ମଝି ଭାଗରେ ବର୍ଷା ଦିନରେ ପାଣି ଜମା ହୋଇ ରହୁଥିବାରୁ ସେହି ରାସ୍ତାକୁ ବର୍ତ୍ତମାନ କଂକ୍ରିଟ ପକାଇ ରାସ୍ତା ନିର୍ମାଣ କରାଯାଇଛି। ସୂଚନା ଫଳକ ନଥିବା ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ସଠିକ ସୂଚନା ମିଳିପାରୁନାହିଁ। ତେବେ କେବଳ ମଠସରସିଙ୍ଗ ପଞ୍ଚାୟତ ନୁହେଁ, ବରଂ ପ୍ରତି ପଞ୍ଚାୟତରେ ଏଭଳି ଅବ୍ୟବସ୍ଥା ଚାଲିଥିବା ଅଭିଯୋଗ ହେଇଚି। କୌଣସି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସମ୍ପୃକ୍ତ ନିର୍ବାହୀ ଯନ୍ତ୍ରୀ ଠିକାଦାରଙ୍କୁ ସୂଚନା ଫଲକ କରିବାକୁ ତାଗିଦ କରିଥାନ୍ତି,କିନ୍ତୁ ସଲାସୁତୁରାରେ ଏଭଳି ବେଆଇନ କାର୍ଯ୍ୟ ହେଉଥିବା ଅଭିଯୋଗ ହେଇଚି। ଏଣୁ ବେଗୁନିଆପଡା ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.