Home ଜିଲ୍ଲା ପରିକ୍ରମା ବିଦ୍ୟୁତ ସଂଯୋଗ ପାଇଁ ଯୁବକଙ୍କ ମୃତ୍ୟୁ ଅଂଚଳରେ ଶୋକର ଛାୟା

ବିଦ୍ୟୁତ ସଂଯୋଗ ପାଇଁ ଯୁବକଙ୍କ ମୃତ୍ୟୁ ଅଂଚଳରେ ଶୋକର ଛାୟା

52

ନୟାଗଡ଼ ୨୨/୦୯ (ଓଡ଼ିଆ ପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ କୁଳସର ଗ୍ରାମରେ ତା ୨୧/୦୯/୨୦୨୨ ରିଖ ସଂନ୍ଧ୍ୟା ୭ ଘଟିକା ୩୦ ମିନିଟ୍ ସମୟରେ ବିଦ୍ୟୁତ ଆଘାତ ରେ ଜଣେ ଯୁବକ ଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଯୁବକ ଜଣଙ୍କ ହେଉଛନ୍ତି କୁଳାସର ଗ୍ରାମ କୃଷ୍ଣଚନ୍ଦ୍ର ଦାସ ଏକମାତ୍ର ପୁତ୍ର ସୁନିଲ କୁମାର ଦାସ (୨୧)। ଏ ନେଇ ରଣପୁର ଥାନାରେ ଅଭିଯୋଗ କରିଛନ୍ତି ମୃତକ ଙ୍କ ବାପା କୃଷ୍ଣଚନ୍ଦ୍ର ଦାସ। ଅଭିଯୋଗ ଅନୁଯାଇ ସୁନିଲ ସଂନ୍ଧ୍ୟାରେ ଦାଣ୍ଡଦୁଆରେ ଥିବା ବିଦ୍ୟୁତ ଖୁଣ୍ଟ ଆଲୋକ ସୁଇଚ୍ ମାରିବା ସମୟରେ ଶକ୍ତ ବିଦ୍ୟୁତ ଆଘାତ ଲାଗିଥିଲା।

ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ରଣପୁର ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ସୁନିଲ କୁ ମୃତ ଘୋଷଣା କରିଥିଲେ। ରାଜସୁନାଖଳା ଫାଣ୍ଡି ଉପନିରୀକ୍ଷକ ପ୍ରିତି ପ୍ରକାଶ ମହାନ୍ତି ଶବ ଜବତ କରି ପଞ୍ଚନାମା ପରେ ତାଙ୍କ ପରିବାର ବର୍ଗ ଙ୍କୁ ଶବ ହସ୍ତାନ୍ତର କରିଥିବା ଜଣାପଡିଛି। ସବୁ ବିଦ୍ୟୁତ ଖୁଣ୍ଟ ଠିକ୍ ଥିଲା ସୁନିଲ ଘର ଭିତରେ ହାଲୋଜିନ ଲାଇଟ ଲଗାଇବା ସମୟରେ ମୃତ୍ୟୁ ବରଣ କରିଥିବା କଥା ରାଜସୁନାଖଳା ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ସୁଶାନ୍ତ କୁମାର ଆଚାରୀ ପ୍ରଶ୍ନରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.