Home ଓଡ଼ିଶା ଦ୍ୱିତୀୟ ଥର ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଣପୁର ବିଧାୟକ

ଦ୍ୱିତୀୟ ଥର ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଣପୁର ବିଧାୟକ

33

ନୟାଗଡ଼ ୨୩/୦୯ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ରାଜ୍ୟରେ ନବୀନ ସରକାର ସଫଳତା ଓ କାର୍ଯ୍ୟ ଦକ୍ଷତା ଯୋଗୁଁ ବାରମ୍ବାର ଜନସାଧାରଣଙ୍କର ଆସ୍ଥା ଭାଜନ ହେଉଛନ୍ତି। ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କର କାର୍ଯ୍ୟଦକ୍ଷତା ଓ ସଫଳତା କୁ ଆଧାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ପ୍ରଧାନଙ୍କୁ ଦ୍ୱିତୀୟ ଥର ପାଇଁ ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ମନୋନୀତ କରିଛନ୍ତି। ଶ୍ରୀ ପ୍ରଧାନ ଜଣେ ସଚ୍ଚୋଟ ନିର୍ମଳ ବିଧାୟକ ଭାବେ ରଣପୁର ଜନସାଧାରଣ ତାଙ୍କ ପ୍ରତି ଆସ୍ଥା ପ୍ରକଟ କରି ଚାଲିଛନ୍ତି। ସେ ରଣପୁର ରେ ପ୍ରଥମ ୫ ବର୍ଷ ବିଧାୟକ ପରେ ତାଙ୍କୁ ନୟାଗଡ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ଭାବେ ଦାୟିତ୍ୱ ଦିଆଯାଇଥିଲା। ସୂଚାର ରୂପେ ଦାୟିତ୍ୱ ସମ୍ପାଦନ କରିଥିବାରୁ ପୁର୍ନବାର ବିଧାୟକ ଆସନ ରେ ଲଢି ବିଧାୟକ ଭାବେ ବିଜୟ ଲାଭ କରି ରଣପୁର ଜନସାଧାରଣ ଙ୍କର ଉନ୍ନତି କଳ୍ପେ ସେବା ପ୍ରଦାନ କରି ଆସୁଛନ୍ତି।

ପ୍ରଥମ ଥର ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଭାବରେ କାର୍ଯ୍ୟଧାରା ର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ପୁର୍ନବାର ଆସ୍ଥା ପ୍ରକଟ କରି ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବରେ ମନୋନୀତ କରିଛନ୍ତି। ସେଥିପାଇଁ ନୟାଗଡ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ରଣପୁର ବ୍ଲକ ବିଜୁ ଜନତା ଦଳ ସଭାପତି ତଥା ପୁରୀ ଜିଲ୍ଲା ସାଂସଦ ବ୍ଲକ ପ୍ରତିନିଧି ନର୍ମଦା ରାୟ, ରଣପୁର ଏନ୍ ଏ ସି ପୁରୀ ଜିଲ୍ଲା ସାଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି, ରଣପୁର ଯୁବ ବିଜୁ ଜନତା, ମହିଳା ବିଜୁ ଜନତା ଦଳ ଓ ଛାତ୍ର ବିଜୁ ଜନତା ଦଳ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇବା ସହିତ ବିଧାୟକ ସତ୍ୟନାରାୟଣ ପ୍ରଧାନ ଙ୍କୁ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଭାବେ ଅଭିନନ୍ଦନ ଜଣାଇଛନ୍ତି। ଶୁଭେଚ୍ଛା ଅଭିନନ୍ଦନ କୁ ପାଥେୟ କରି ଶ୍ରୀ ବିଧାୟକ ଯୋଜନା ର ନୂଆ ରୂପରେଖ ନେବେ ବୋଲି ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.