Home ଜିଲ୍ଲା ପରିକ୍ରମା ବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

22

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ନଗୁଆଁ ପଞ୍ଚାୟତ ଡଗରପଡା ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାତା ୰ନବକିଶୋର ବେହୁରିଆଙ୍କ ପ୍ରତିମୂର୍ତ୍ତି ଆଜି ବିଦ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଛି । କରୁଣାକର ଉପ୍ରା ଓ ଡଗରପଡା ହାଇସ୍କୁଲ ପରିସରରେ ପ୍ରଧାନଶିକ୍ଷକ ପଦ୍ମନାଭ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିଷ୍ଠାତାଙ୍କ ଚତୁର୍ଦ୍ଦଶତମ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା । ସହକାରୀ ଗୋଷ୍ଠୀ ଶିକ୍ଷାଅଧିକାରୀ ପୁରୁଷୋତ୍ତମ ଧଳ ମୁଖ୍ୟଅତିଥି ଭାବେ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଏଥିରେ ସରପଞ୍ଚ କମଳ କୁମାର ନନ୍ଦ, ପ୍ରାକ୍ତନ ପ୍ରଧାନଶିକ୍ଷକ ମନୋଜ କୁମାର ରାଉତରାୟ, ପ୍ରଧାନଶିକ୍ଷକ ନିରଞ୍ଜନ ସେନାପତି, ଶିକ୍ଷାବିତ ପ୍ରଫୁଲ୍ଲ କୁମାର ସାହୁ, ଅଜିତ ଦାସ, ରବିନ୍ଦ୍ର କୁମାର ନନ୍ଦ, ଶଶିକାନ୍ତ ନାୟକ, ପ୍ରତାପ ଦ୍ୱିବେଦୀ, ଅରୁଣ କୁମାର ବେହୁରିଆ, ପ୍ରଫୁଲ୍ଲ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ପ୍ରତିଷ୍ଠାତାଙ୍କ ତ୍ୟାଗ ଓ ସେବା କାର୍ଯ୍ୟର ଅବତାରଣା କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଶିକ୍ଷୟତ୍ରୀ ସରସ୍ୱତୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ସୁରେଶ ସ୍ୱାଇଁ, ସୁରେଶ ପାତ୍ର, ବାସୁଦେବ ମହାପାତ୍ର, ଶିକ୍ଷୟତ୍ରୀ ପ୍ରଣତୀ ନାୟକ, ପୁରାତନ ଛାତ୍ର ରଞ୍ଜନ ସେଠୀ, ସୁରେନ୍ଦ୍ର ସାହୁ, ଶିବପ୍ରସାଦ ପଳତା, ରତିକାନ୍ତ ପଳତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.