Home ଜିଲ୍ଲା ପରିକ୍ରମା ଉତ୍କଳ କମ୍ପ୍ୟୁଟର ଏକାଡେମୀରେ ଖୋଲିଲା ପ୍ଲେସମେଣ୍ଟ ସେଲ

ଉତ୍କଳ କମ୍ପ୍ୟୁଟର ଏକାଡେମୀରେ ଖୋଲିଲା ପ୍ଲେସମେଣ୍ଟ ସେଲ

27

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବଜାରରେ ଥିବା ଉତ୍କଳ କମ୍ପ୍ୟୁଟର ଏକାଡେମୀ ପରିସରରେ ନିଯୁକ୍ତି ପାଇଁ ତ୍ରିଦେବ କାର୍ଯ୍ୟାଳୟର ଶାଖା ‘ପ୍ଲେସମେଣ୍ଟ ସେଲ’ ଆଜି କାର୍ଯ୍ୟକ୍ଷମ ହୋଇଛି । ଏକାଡେମୀର ନିର୍ଦ୍ଦେଶକ ତ୍ରିଲୋଚନ ଦାସଙ୍କ ଉପସ୍ଥିତିରେ ଶିକ୍ଷୟତ୍ରୀ ସୁକାନ୍ତିଲତା ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ସେଲକୁ ଉଦଘାଟନ କରି ବେକାର ଯୁବକ ଓ ଯୁବତୀମାନଙ୍କୁ ନିଯୁକ୍ତ ପ୍ରଦାନ କ୍ଷେତ୍ରରେ ଏହା ସହାୟକ ହୋଇପାରିବ ବୋଲି ଆଶା ପ୍ରକାଶ କରିଥିଲେ । ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ପ୍ଲେସମେଣ୍ଟ ସେଲର ସଦସ୍ୟ ରତିକାନ୍ତ ନାୟକ, ସାମ୍ବାଦିକ ଅଜୟ ରାଉତ, ରାଜକିଶୋର ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ଲେସମେଣ୍ଟର ସଫଳତା କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.