Home ଓଡ଼ିଶା ବିଦ୍ୟାଳୟ ପରିତ୍ୟକ୍ତ ପାଣିଟାଙ୍କିରୁ ମିଳିଲା କୁଢକୁଢ ଔଷଧ

ବିଦ୍ୟାଳୟ ପରିତ୍ୟକ୍ତ ପାଣିଟାଙ୍କିରୁ ମିଳିଲା କୁଢକୁଢ ଔଷଧ

189

କେଉଁ ପରିସ୍ଥିତିରେ ସରକାରୀ ଔଷଧ ଖତ ଖାଇଲା ତାକୁ ନେଇ ପ୍ରଶ୍ନବାଚୀ

କୋଦଳା :୧୪/୦୮ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ ) ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ମାଗଣାରେ ବିଭିନ୍ନ ଔଷଧ ମିଳୁଥିବା ବେଳେ ସେସବୁର ବ୍ୟବହାର ନହୋଇ ଏକ୍ସପାୟାର୍ ହୋଇଯିବା ଏବଂ ପରିଶେଷରେ ତାକୁ ଫୋପାଡି ଦିଆଯିବା ଭଳି ଘଟଣା ସାଧାରଣରେ ଏବେ ଆଲୋଚନାର ବିଷୟ ପାଲଟିଛି। ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନ୍ ଏ ସି ଅନ୍ତର୍ଗତ ଗୌଡ଼ ସାହି ପ୍ରାଥମିକ ବିଦ୍ୟାଳୟର ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ ପାଣି ଟାକିଂରୁ ବହୁ ସଂଖ୍ୟାରେ ସରକାରୀ ଔଷଧ ପଡି ରହିଥିବା ଦେଖିବାକୁ ମିଳିଥିଲା। କ୍ରମେ ଏହି ଖବର ପ୍ରଚାରିତ ହେବା ପରେ ସେଠାରେ ଗଣମାଧ୍ୟମ କର୍ମୀଙ୍କ ଭିଡ ଲାଗିଥିଲା। ଶୁକ୍ରବାର ଜରଡ ନୋଡାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୮ ଛାତ୍ରଛାତ୍ରୀ କୃମି ନାଶକ ବଟିକା ଖାଇବା ପରେ ଅସୁସ୍ଥ ହୋଇ ଗୁରୁତର ହୋଇଥିଲେ। ଶେଷରେ ପିଲାଙ୍କୁ ଅକ୍ସିଜେନ ଦେବାକୁ ପଡିଥିଲା ଏବଂ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଶନିବାର ଏତେ ପରିମାଣରେ ଗୋଟିଏ ସ୍କୁଲ ହତାରୁ ଔଷଧ ମିଳିବା ଘଟଣା ଏବେ ସାଧାରଣରେ ସନ୍ଦେହ ସୃଷ୍ଟି କରିବା ସହ ଏହାର ତଦନ୍ତ କରିବା ପାଇଁ ଦାବି ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ସେ କିଛି ଦିନ ହେବ ନୂଆ କରି ଆସିଥିବା ଏବଂ ଔଷଧ ବିଷୟରେ ଜାଣି ନଥିବା କହୁଥିବା ବେଳେ ଖୋଦ୍ ବିଇଓ ଘଟଣା ସ୍ଥଳକୁ ଯାଇ ବୁଝିଛନ୍ତି। ସରକାରୀ ଡାକ୍ତରଙ୍କୁ ଏ ବାବଦରେ ପଚାରିବାରୁ ଏସବୁ ଏକ୍ସପାଇର ଔଷଧ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣାରେ ଆସିଥିବା ଓ ବ୍ୟବହାର ନହୋଇ ଏକ୍ସପାୟାର୍ ହୋଇଯାଇଥିବା କହିଛନ୍ତି। ତେବେ କେଉଁ ପରିସ୍ଥିତିରେ ଏତେ ସଂଖ୍ୟକ ଔଷଧ ବ୍ୟବହାର ନହୋଇ ଏକ୍ସପାୟାର୍ ହୋଇଗଲା ସେ ନେଇ ଜିଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଦନ୍ତ କରିବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.