Home ଗଜପତି ବିଡ଼ିଓ ଓ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଘେରିଲେ ଅଞ୍ଚଳବାସୀ

ବିଡ଼ିଓ ଓ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଘେରିଲେ ଅଞ୍ଚଳବାସୀ

584

ଗଜପତି/ମୋହନା, ୦୮/୦୮(ଓଡ଼ିଆ ପୁଅ/ହନୀ ବିଷୋୟୀ) ଆଜି ମୋହନା ମୁଖ୍ୟ ରାସ୍ତା ନିକଟରେ ମୋହନା ଅଞ୍ଚଳ ବାସିନ୍ଦା ବିଡ଼ିଓ ଓ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ଘେରିଲେ। ଯାହାଫଳରେ ଅଞ୍ଚଳ ବାସିନ୍ଦା ଓ ବିଡ଼ିଓଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ସୂଚନା ମୁତାବକ ମୋହନା ପ୍ରଶାସନ ପକ୍ଷରୁ ମୋହନା ଦୋକାନ ଭାଇମାନଙ୍କ କୋଭିଡ ଟେଷ୍ଟ କରିବା ନିମନ୍ତେ ପରାମର୍ଶ ଦିଆଯାଇଥିଲା। ଯାହାଫଳରେ ଗତ କାଲି କିଛି ଦୋକାନ ଭାଇମାନେ ମୋହନ ବ୍ଲକ ଅନ୍ତର୍ଗତ ଚିକସିମେରା କୋଭିଡ ସେଣ୍ଟର୍ ଠାରେ ନମୁନା ପ୍ରଦାନ କରିଥିଲେ। ସେଥି ମଧ୍ୟରୁ କିଛି ବ୍ୟକ୍ତି ଙ୍କୁ ସେମାନଙ୍କ ନମୁନା ପଜିଟିଭ୍ ଥିବା ଓ ସେମାନେ କୋଭିଡ କେୟାର ସେଣ୍ଟର୍ ରେ ଉପସ୍ଥିତ ହେବା ନିମନ୍ତେ ବିଳମ୍ବ ରେ ମେସେଜ ଓ କଲ୍ ଆସିଥିଲା। କିନ୍ତୁ ଅଞ୍ଚଳ ବାସିନ୍ଦା ନମୁନା ପରୀକ୍ଷଣ କରାଯାଇଥିବା ବ୍ୟକ୍ତିଙ୍କୁ ପଜିଟିଭ୍ ଓ ନେଗେଟିଭ ରିପୋର୍ଟ ପ୍ରଦାନ କରି ପଜିଟିଭ ବ୍ୟକ୍ତିମାନଙ୍କୁ କୋଭିଡ ହସ୍ପିଟାଲରେ ଅତି ଶିଘ୍ର ଭର୍ତ୍ତି କରି ବା ନିମନ୍ତେ ଦାବି କରିଥିଲେ। କିନ୍ତୁ ରିପୋର୍ଟ ପ୍ରଦାନ ନିମନ୍ତେ ଗୋଟିଏ ଦିନ ବିତି ଯିବା ଫଳରେ ଲୋକମାନଙ୍କ ମନରେର ଅସୋନ୍ତସର ବାତାବରଣ ଦେଖିବାକୁ ମିଳିଥିଲା। ପରିଶେଷରେ ଘଟଣା ସ୍ଥଳରେ ମୋହନା ତହସିଲ ଦାର କଲ୍ୟାଣି ସଂଘ ମିତ୍ରା ଦେବୀ ଓ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଙ୍କ ସମେତ ମୋହନା ପୋଲିସ ପହଞ୍ଚି ବୁଝାସୁଝା କରିବା ଫଳରେ ସ୍ଥିତି ସୂଧାରି ଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.