Home ଜିଲ୍ଲା ପରିକ୍ରମା ଘରୋଇ କଳିକୁ ନେଇ ଯୁବକ ଟ୍ରେନ ଆଗକୁ ଡେ଼ଇଁ ଜୀବନ ହାରିଥିବା ନେଇ ଆଲୋଚନା

ଘରୋଇ କଳିକୁ ନେଇ ଯୁବକ ଟ୍ରେନ ଆଗକୁ ଡେ଼ଇଁ ଜୀବନ ହାରିଥିବା ନେଇ ଆଲୋଚନା

245

ବଲାଙ୍ଗୀର ୮-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର-ସମ୍ବଲପୁର ରେଳପଥ ମଧ୍ୟରେ ଖମାରମୁଣ୍ଡା ଠାରେ ଜଣେ ଯୁବକ ଟ୍ରେନ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବଲାଙ୍ଗିର ସହର ରାମେଶ୍ୱର ନଗରର ରଞ୍ଜନ ନନ୍ଦ ନାମକ ଯୁବକ ଶୁକ୍ରବାର ସକାଳେ ଘରୁ ବାଇକ ନେଇ ବାହାରି ଯାଇଥିଲେ। ଖମାରମୁଣ୍ଡା ରେଳ ଫାଟକ ନିକଟରେ ମାଲବାହୀ ଟ୍ରେନ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ବଲାଙ୍ଗିର ଜିଆଇପି ଅଧିକାରୀ ଉମେଶ ଚନ୍ଦ୍ର ନାଏକ ସଦଳବଳ ପହଞ୍ଚି ସରଜମିନ ଯାଞ୍ଚ କରିଥିଲେ। ମୃତକଙ୍କ ପରିବାର ଲୋକେ ମଧ୍ୟ ସେଠାରେ ପହଞ୍ଚିଥିଲେ। ପାରିବାରିକ କଳହକୁ ନେଇ ସେ ଆତ୍ମହତ୍ୟା କରିଥିବା ଆଲୋଚନା ହେଉଛି। ବଲାଙ୍ଗିର ଜିଆରପି ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅପମୃତ୍ୟୁ ମାମଲା ରୁଜୁ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.