Home ଓଡ଼ିଶା ବିଜେପି ପ୍ରତିନିଧି ଦଳରେ ଚୀନ ଗସ୍ତ କରିବେ ସୁରେଶ ପୂଜାରୀ

ବିଜେପି ପ୍ରତିନିଧି ଦଳରେ ଚୀନ ଗସ୍ତ କରିବେ ସୁରେଶ ପୂଜାରୀ

584

ସମ୍ବଲପୁର, ୨୬/୮ (ଓଡ଼ିଆ ପୁଅ) ଚୀନ କମ୍ୟୁନିଷ୍ଟ ପାର୍ଟିର ନିମନ୍ତ୍ରଣ କ୍ରମେ ଭାରତୀୟ ଜନତା ପାର୍ଟିର ଏନ ବାର ଜଣିଆ ପ୍ରତିନିଧି ଦଳ ଆସନ୍ତା କାଲି ଠାରୁ ଚୀନ ଗସ୍ତରେ ଯିବେ। ଏହି ପ୍ରତିନିଧି ଦଳରେ ବରଗଡ଼ ଲୋକସଭା ସଦସ୍ୟ ସୁରେଶ ପୂଜାରୀଙ୍କ ସହିତ ପାଂଚଜଣ ସାଂସଦ ଏବଂ ଦଳର ଶାତଜଣ ପଦାଧିକାରୀ ରହିଛନ୍ତି। ଏହି ପ୍ରତିନିଧି ଦଳ ଆଗାମୀ ୩୧ ତାରିଖ ପର୍ଯ୍ୟନ୍ତ ଚୀନରେ ରହି ସେଠାର ବିଭିନ୍ନ ସହର ଗସ୍ତ କରିବେ। ଏହି ସମୟରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷୀକ ସମ୍ପର୍କ, ଶିକ୍ଷା, ବାଣିଜ୍ୟିକ, ସାଂସ୍କୃତିକ ଓ ପର୍ଯ୍ୟଟନ ପ୍ରଭୃତି କ୍ଷେତ୍ର ଉପରେ ହେବାକୁ ଥିବା ବୈଠକ ମାନଙ୍କରେ ଅଂଶ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଏହି ଦଳରେ ଦଳର ରଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ ମଧ୍ୟ ଚୀନ ଗସ୍ତରେ ଯାଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.