Home କନ୍ଧମାଳ ଶିକ୍ଷା ନିକେତନ ତରଫରୁ ନନ୍ଦ ଉତ୍ସବ ପାଳନ

ଶିକ୍ଷା ନିକେତନ ତରଫରୁ ନନ୍ଦ ଉତ୍ସବ ପାଳନ

176

ବାଲିଗୁଡା, ୨୫/୮ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଥିବା ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିକ୍ଷା ନିକେତନ ପରିସର ମଧ୍ୟରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ଅବସରରେ ନନ୍ଦ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ମା’ବରାଳଦେବୀ ମନ୍ଦିର ନିକଟରୁ ଯଥାରୀତି ଅନୁସାରେ ପୂଜା ବିଧି କରାଯାଇ ପ୍ରାୟ ୫୦ରୁ ଉର୍ଦ୍ଧ କୁନି କୁନି ଛାତ୍ର ଛାତ୍ରୀ ମାନେ କୃଷ୍ଣ, ବଳରାମ, ରାଧା ଓ ସୁଦାମା ଭଳି ବିଭିନ୍ନ ବେଶ ରେ ବାହାରି ହରେ ରାମ ହରେ କୃଷ୍ଣ ନଦିଆ କିତନ ର ତାଳେ ତାଳେ ସମଗ୍ର ସହର ପରିକ୍ରମା କରିବା ପରେ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଯାଇ ସମସ୍ତେ ଦର୍ଶନ କରି ବିଦ୍ୟାଳୟକୁ ଯିବା ସମୟରେ ରାସ୍ତା ତମାମ ବେଶ ଧାରୀ ଛାତ୍ର ଛାତ୍ରୀ ମାନଙ୍କୁ ମା’ମାନଙ୍କ ଦ୍ୱାରା ବନ୍ଦlପନା କରାଯାଇଥିଲା। ବିଦ୍ୟାଳୟରେ ପହଂଚିବା ପରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଭାପତି ରାଜ କିଶୋର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଶିକ୍ଷା ନିକେତନ ର ପ୍ରଧାନ ଶିକ୍ଷକ ପଞ୍ଚାନନ ସାହୁ, ରେଖାରାଣୀ ମହାପାତ୍ର ତଥା ସମସ୍ତ ଅଭିଭାବକ ଓ ଅଭିଭାବିକା, ଛାତ୍ରୀ ଛାତ୍ର ଉପସ୍ଥିତ ଥିଲେ। ପରେ ପରେ ଅଭିଭାବକ ଓ ଅଭିଭାବିକା ତଥା ଛାତ୍ରୀ ଛାତ୍ର ମାନଙ୍କୁ ନେଇ ଲବଣି ଚୋରୀ, ଦହି ହାଣ୍ଡି ଭଙ୍ଗା, ପ୍ରଶ୍ନ ମଞ୍ଚ ଭଳି ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ଅତିଥି ତଥା ବିଚାରକ ଭାବେ ଏନଏସି ଅଧ୍ୟକ୍ଷl ମମତା ବେହେରା, ବିଭବ ର ମୁଖ୍ୟ ପରିଚାଳକ ଡ଼.ବିଚିତ୍ରl ନନ୍ଦ ଆଚାର୍ଯ୍ୟ ଯୋଗ ଦେଇ କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରିଥିଲେ। ଏଥିରେ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ପ୍ରଧାନଶିକ୍ଷକ ପଞ୍ଚାନନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.