Home ଓଡ଼ିଶା ବିଜେପିରେ ସାମିଲ ହେଲେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଶ୍ୱିନୀ ବୈଷ୍ଣବ

ବିଜେପିରେ ସାମିଲ ହେଲେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଶ୍ୱିନୀ ବୈଷ୍ଣବ

157

– ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିଲେ ଶ୍ରୀ ବୈଷ୍ଣବ
– ଓଡିଶାର ବିକାଶ ଏବଂ ପ୍ରଗତି ପାଇଁ ଶ୍ରୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଥିବାରୁ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଲା ରାଜ୍ୟ ବିଜେପି
– ଓଡିଶାର ବିକାଶ ଏବଂ ପ୍ରଗତି ପାଇଁ ମନପ୍ରାଣ ଦେଇ କାମ କରିବି : ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର, ୨୨/୦୬ (ଓଡ଼ିଆ ପୁଅ) : ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟ ସଭାପତି ତଥା ସାଂସଦ ଶ୍ରୀ ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଆଜି ଅବସରପ୍ରାପ୍ତ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ବିଧିବଦ୍ଧ ବିଜେପିରେ ସାମିଲ ହୋଇଛନ୍ତି।

ରାଜ୍ୟ ସଭାପତି ତଥା ସାଂସଦ ଶ୍ରୀ ପଣ୍ଡା ନୂତନ ଭାବେ ଦଳରେ ଯୋଗଦେଇଥିବା ଶ୍ରୀ ବୈଷ୍ଣବଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ଦଳରେ ସାମିଲ କରାଇଛନ୍ତି। ସେହିପରି ଶ୍ରୀ ବୈଷ୍ଣବଙ୍କୁ ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ଦଳୀୟ ବ୍ୟାଚ ପିନ୍ଧାଇଥିଲେ। ଏହି ଅବସରରେ ଶ୍ରୀ ବୈଷ୍ଣବଙ୍କୁ ରାଜ୍ୟ ଗଣବିଭାଗ ବିଭାଗ ମୁଖ୍ୟ ଓ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସ୍ୱାଗତ କରିବା ସହ ସାଧୁବାଦ ଜଣାଇଛନ୍ତି।

ପୂର୍ବରୁ ଶ୍ରୀ ବୈଷ୍ଣବ ସୁନ୍ଦରଗଡ ଏବଂ ବଣାଇର ଉପ ଜିଲ୍ଲାପାଳ ଏବଂ କଟକ ଜିଲ୍ଲାପାଳ ଭାବେ ଦାୟୀତ୍ୱ ତୁଲାଇଛନ୍ତି। ଶ୍ରୀ ବୈଷ୍ଣବ ୧୯୯୯ ମସିହା ମହାବାତ୍ୟା ପରବର୍ତ୍ତୀ ସମୟରେ ପରିସ୍ଥିତିକୁ ସୁଧାର ଆଣିବାରେ ଅନେକ ପ୍ରୟାସ କରିଥିଲେ। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଶ୍ରୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଥିବାରୁ ରାଜ୍ୟ ବିଜେପି ତରଫରୁ କୃତଜ୍ଞତା ଜଣାଯାଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଓଡିଶାର ବିକାଶ ପାଇଁ ବିଜେପି ସର୍ବଦା ପ୍ରତିଶୃତିବଦ୍ଧ। ଗତ ନିର୍ବାଚନରେ ଓଡିଶାର ୧ କୋଟି ଜନସାଧାରଣ ବିଜେପି ପ୍ରତି ଆସ୍ଥା ପ୍ରକଟ କରିଛନ୍ତି। ଆଗମୀ ଦିନରେ ରାଜ୍ୟର ବିକାଶକୁ ପ୍ରାଧାନ୍ୟ ଦେଇ ବିଜେପି କାର୍ଯ୍ୟ କରିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଓଡିଶାବାସୀଙ୍କ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ଶ୍ରୀ ବୈଷ୍ଣବ ଭାରତୀୟ ଜନତା ପାର୍ଟିକୁ ଧନ୍ୟବାଦ ଦେବା ସହ ଓଡିଶାର ବିକାଶ ଏବଂ ପ୍ରଗତି ପାଇଁ ମନପ୍ରାଣ ଦେଇ କାମ କରିବେ ବୋଲି କହିଛନ୍ତି।

ଏହି ମିଶ୍ରଣ ପର୍ବରେ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଅନନ୍ତ ନାୟକ, ଶ୍ରୀ ଶାରଦା ପ୍ରସନ୍ନ ଶତପଥୀ, ସୁବାଷ ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.