Home ଓଡ଼ିଶା ପଟ୍ଟାଙ୍ଗୀର ଚାରୋଟି ପଂଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ସରିଲା; ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିଣତ ପ୍ରସ୍ତାବ...

ପଟ୍ଟାଙ୍ଗୀର ଚାରୋଟି ପଂଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ସରିଲା; ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିଣତ ପ୍ରସ୍ତାବ ଚାରୋଟି ପଂଚାୟତରେ ଗୃହିତ ହେଲା ନାହିଁ ; ନାଲକୋର ସଂପ୍ରସାରିତ ଖଣିଖନନକୁ ନେଇ ସନ୍ଦେହ !

112

କୋରାପୁଟ ୨୨-୦୬-୧୯ (ଓଡିଆ ପୁଅ /ରଂଜନ କୁମାର ଦାସ) ନାଲକୋକୁ ପଟ୍ଟାଙ୍ଗୀ ବ୍ଲକର ସେରୁବନ୍ଧ ବକ୍ସାଇଟ ଖଣି ସରକାର ଲିଜ ଦେଇଥିବା ବେଳେ ଖଣି ଖନନ ନିମନ୍ତେ ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିଣତ କରିବାକୁ ପଡିବ। ସେଥିନିମନ୍ତେ ସଂଲଗ୍ନ ଗ୍ରାମସଭାର ଅନୁମତି ଦରକାର।ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମାଳିପୁଟ, ପଟ୍ଟାଙ୍ଗୀ ଓ ନୂଅଗାଁ ପଂଚାୟତରେ ଗ୍ରାମସଭା କରାଯାଇଥିଲା। ଆଜି କୋଟିଆ ପଂଚାୟତରେ ସରପଂଚ ବିଶ୍ୱନାଥ ଖିଲଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଗ୍ରମସଭା ଆୟୋଜିତ ହୋଇଥିଲା। ଏଥିରେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ, ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ, କୋରାପୁଟିଆ ଜନ ସୁରକ୍ଷା ସଂଘ, ସେରୁବନ୍ଧ ପର୍ବତ ସୁରକ୍ଷା ସମିତି ଓ ମାଳିପର୍ବତ ସୁରକ୍ଷା ସମିତିର କର୍ମକର୍ତାମାନେ ଉପସ୍ଥିତ ରହି ଜମି କିସମ ପରିବର୍ତ୍ତନ ଓ ଖଣି ଖନନକୁ ବିରୋଧ କରିଥିଲେ।କୋଟିଆ ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ବିଶ୍ୱନାଥ ଶିଶା ବୈଠକରେ ଜଣେ ବୁଦ୍ଧିଜୀବି ହିସାବରେ ଉକ୍ତ ପ୍ରସ୍ତାବକୁ ନିନ୍ଦା କରୁଛି ବୋଲି ପ୍ରକାଶ କରିଥିଲେ। ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିଣତ କରି ଖଣି ଖନନକୁ ଉପସ୍ଥିତ ସଭ୍ୟ /ସଭ୍ୟାମାନେ ବିରୋଧ କରିଥିଲେ ବୋଲି ପିଇଓ ଦୁଃଶାସନ ନାୟକ ବୈଠକରେ ବିବରଣୀ ଉପସ୍ଥାପନା କରିଥିଲେ।ଜିଆରଏସ ଭୈାମ୍ୟରଂଜନ ନାୟକ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥବା ବେଳେ ରାଜସ୍ୱ ନିରୀକ୍ଷକ କୈଳାସ ଗାଦବା, ମାଳିପୁଟ ପିଇଓ ଦିବାକର ପୂରୋହିତ, ସମାଜସେବୀ ରଂଜିତ ପାଙ୍ଗୀ ଓ ଚିକୁ ଦାସ ଯୋଗଦେଇତିଲେ ବୋଲି ଜଣାପଡିଛି।କୋଟିଆର ଥୁରିଆ ଓ କରଂଜଗୁଡା ନିକଟ ଜଙ୍ଗଳ ରହିଥିବା ବେଳେ ନୂଆଗାଁ ପଂଚାୟତର ମେଡମଗାନ୍ଧି, ପଟ୍ଟାଙ୍ଗୀର କାଟ୍ରାଗୁଡା, ଶିଶାଗୁଡା ଓ ପଟ୍ଟାଙ୍ଗୀ, ମାଳିପୁଟର ସିପାହୀପୁଟ ଜଙ୍ଗଳରେ ବକ୍ସାଇଟ ଖନନ କରାଯିବାକୁ ଥିବା ବେଳେ ୧୭ ଟି ଗ୍ରମ ପ୍ରଭାବିତ ହେବ ବୋଲି ଜଣାପଡିଛି।ଏହି ପ୍ରଭାବିତ ଗ୍ରାମରେ ଖଣି ଖନନ କରିବାକୁ ଦିଆଯିବ ନାହିଁ ବୋଲି କୋରାପୁଟିଆ ଜନ ସୁରକ୍ଷା ସଂଘ, ମାଳି ପର୍ବତ ସୁରକ୍ଷା ସମିତି ଓ ସେରୁବନ୍ଧ ପର୍ବତ ସୁରକ୍ଷା ସମିତିର ଦାସି ନନ୍ଦିବାଲି ଓ ପୂର୍ଣ୍ଣ ଜାନି, ଦଶରଥ ଖିଲ, ଭଗବାନ ଗଲୋରୀ ପ୍ରମୁଖ ଆୟୋଜିତ ସ୍ୱତନ୍ତ୍ର ଗ୍ରମସଭାରେ ମତ ରଖିବା ସହ ସ୍ମାରକପତ୍ର ପ୍ରଦାନ କରିଥିଲେ।ଏହାକୁ ସମର୍ଥନ କରି ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ ସମସ୍ତ ଗ୍ରାମସଭାରେ ଯୋଗଦେଇ ଜମି କିସମ ପରିବର୍ତ୍ତନ ଓ ଖଣି ଖନନକୁ ବିରୋଧ କରି ସ୍ମାରକପତ୍ର ପ୍ରଦାନ କରିଥିଲେ। ଗ୍ରାମସଭାର ବିରୋଧ ସତ୍ୱେ ଯଦି ନାଲକୋ କୁ ଖଣି ଖନନ କରିବାକୁ ଦିଆଯିବ ତେବେ କଂଗ୍ରେସ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲେ।କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ସମସ୍ତ ଗ୍ରାମସଭାରେ ଯୋଗଦେଇଥିଲେ।ନାଲକୋ ପାରିପାର୍ଶିକ ବିକାଶ କେତେଦୂର କରିଛି ତାହାର ଏକ ଶ୍ୱେତପତ୍ର ଜନସାଧାରଣରେ ପ୍ରକାଶିତ କରିବାକୁ ଦାବି କରିଥିଲେ।ତେବେ ଗ୍ରାମସଭାରେ ପ୍ରସ୍ତାବ ଗୃହୀତ ନ ହେବାରୁ ନାଲକୋର ସଂପ୍ରସାରିତ ସେରୁବନ୍ଧ ବକ୍ସାଇଟ ଖଣି କନନକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି !ସରକାର ଆଉ ଥରେ ସ୍ୱତନ୍ତ୍ର ଗ୍ରାମସଭା ଡକାଇ ପ୍ରସ୍ତାବ ଗୃହୀତ କରିବେ କି ବୋଲି ସାଧାରଣରେ ଆଲୋଚନା ହେଉଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.