Home ଜିଲ୍ଲା ପରିକ୍ରମା ବିଜେଡି ‘ମା’ଙ୍କୁ ସମ୍ମାନ ବିଫଳ, ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଅନୁଭବଙ୍କ କୁଶପୁତ୍ତଳା ଦାହ

ବିଜେଡି ‘ମା’ଙ୍କୁ ସମ୍ମାନ ବିଫଳ, ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଅନୁଭବଙ୍କ କୁଶପୁତ୍ତଳା ଦାହ

70

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପୂର୍ବାହ୍ନ ୧୦ଟା ସମୟରେ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ହରିପ୍ରିୟା ସାହୁଙ୍କ ନେତୃତ୍ୱରେ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ କୁଶପୁତ୍ତଳା ଦାହ କରାଯାଇଛି । ନବୀନ ସରକାରଙ୍କ ‘ମା’ଙ୍କୁ ସମ୍ମାନ ନାରାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଅନୁଭବ । ସାଂସଦ ହୋଇ ଯେପରି ଭାବେ ସେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଶାରିରୀକ, ମାନସିକ ନିର୍ଯାତନା ଦେଉଛନ୍ତି ତାହା ତାଙ୍କ ମାତୃଜାତି ପ୍ରତି ସମ୍ମାନବୋଧର ପ୍ରମାଣ ଦେଉଛି । ତୁରନ୍ତ ଏଭଳି ଜଣେ କାପୁରୁଷଙ୍କୁ ନିଜ ପଦରୁ ବହିଷ୍କାର କରି ନବୀନ ପଟ୍ଟନାୟକ ନିଜ ସ୍ୱଚ୍ଛତାର ପ୍ରମାଣ ଦେବା ସହ ମାତୃଜାତିର ସମ୍ମାନ ରକ୍ଷା କରିବାକୁ ମହିଳାମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି । ନଚେତ ଆଗାମୀ ଦିନରେ ବିଜେପି ମହିଳାମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦିଆ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପଦ୍ମିନୀ ଦ୍ୱିବେଦୀ, ଉଷା ପାଢୀ, ବିଷ୍ଣୁପ୍ରିୟା ଜେନା, ମିନୀ ପାତ୍ର, ଯମୁନା ମହାଳିକ, ସୁକାନ୍ତି ଦାସ, ଉର୍ମିଳା ସେଠୀ, ନବନିତା ନାୟକ, ସୌମଶ୍ରୀ ଜେନା ପ୍ରମୁଖ ବହୁ ମହିଳା ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.