Home ଜିଲ୍ଲା ପରିକ୍ରମା ଧାମନଗର ବିଡିଓ ସମେତ ୪୬ ଆକ୍ରାନ୍ତ

ଧାମନଗର ବିଡିଓ ସମେତ ୪୬ ଆକ୍ରାନ୍ତ

30

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ୪୬ଜଣ ଚିହ୍ନଟ ହୋଇଛନ୍ତି । ଏହି ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ଧାମନଗର ବିଡିଓ କରୋନା ଆକ୍ରାନ୍ତ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅତିରିକ୍ତ ବିଡିଓ ଏବେ ବିଡିଓଙ୍କ ଦାୟିତ୍ୱରେ ରହିବେ ବୋଲି ଜିଲ୍ଲାପାଳ ଟୁଇଟ କରି ଜଣାଇଛନ୍ତି । ଆଜି ବାସୁଦେବପୁର ପୌରପାଳିକାରୁ ୫ଜଣ, ଭଦ୍ରକ ବ୍ଲକରୁ ୧୩, ଭଦ୍ରକ ପୌରପାଳିକାରୁ ଜଣେ, ବନ୍ତ ବ୍ଲକରୁ ୪, ଭଣ୍ଡାରିପୋଖରୀ ବ୍ଳକରୁ ୨୦ଜଣ ଏବଂ ଧାମନଗର ବ୍ଲକରୁ ୩ଜଣ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ୫୭ହଜାର ୧୨ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୫୦୪ଜଣ ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ନୂଆ ୫୪ ଆକ୍ରାନ୍ତ ସୁସ୍ଥ ହେବା ପରେ ମୋଟ ସୁସ୍ଥଙ୍କ ସଂଖ୍ୟା ହୋଇଛି ୨୬୮୭ । ଏବେ ୮୦୮ଜଣ ଆକ୍ରାନ୍ତ ଆକ୍ଟିଭ ରହିଥିବା ଜଣା ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.