Home ଜିଲ୍ଲା ପରିକ୍ରମା ବିଜେଡି ପ୍ରତିଷ୍ଠା ଦିବସ ପାଳିତ

ବିଜେଡି ପ୍ରତିଷ୍ଠା ଦିବସ ପାଳିତ

22

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ କଲ୍ୟାଣମଣ୍ଡପରେ ଆଜି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଦଳର ପ୍ରତିଷ୍ଠା ଦିବସ ପାଳନ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଥିବା ଓଡିଶାବାସୀଙ୍କ ଆସ୍ଥା ଅତୁଟ ରଖିବାକୁ ଦଳୀୟ କର୍ମୀମାନେ କାର୍ଯ୍ୟ କରିବା ପାଇଁ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଆହ୍ୱାନ ଦେଇଛନ୍ତି । ବିଧାୟକ ଶ୍ରୀ ସାମଲ ବ୍ଲକଛକ ବିଜୁ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ବ୍ଲକସଭାପତି ଲକ୍ଷ୍ମୀଧର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରିଷ୍ଠ ନେତା ସୁଧାକର ନନ୍ଦ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଜ୍ୟୋସ୍ନାରାଣୀ ମହାନ୍ତି, ଜିଲ୍ଲାଛାତ୍ର ବିଜେଡି ସଭାପତି ଦିପ୍ତିସୂର୍ଯ୍ୟ ବିଶ୍ୱାଳ, ରାଜ୍ୟ ସାଧାରଣ ସମ୍ପାଦକ ପ୍ରୟାସକାନ୍ତି ସାମଲ, ବ୍ଲକ ଯୁବ ସଭାପତି ଲଳିତ ରାଉତ, ରଘୁନାଥ ପଣ୍ଡା, ହାଡିବନ୍ଧୁ ସେନାପତି, ସରପଞ୍ଚ ରିତାଞ୍ଜଳୀ ସାମଲ, ଜିଲ୍ଲା ସାଧାରଣ ସମ୍ପାଦକ ଉତ୍କଳ କେଶରୀ ମହାନ୍ତି, ଜିଲ୍ଲା ସମ୍ପାଦକ ସତ୍ୟାନନ୍ଦ ମହାପାତ୍ର, ଜିଲ୍ଲାଯୁବ ଉପସଭାପତି ପ୍ରଣିତକାନ୍ତି ସାମଲ, ସଞ୍ଜୁ ପୁର୍ତ୍ତି, ପୂର୍ବତନ ସଦସ୍ୟା ରଶ୍ମିତା ପାଢ଼ୀ ପ୍ରମୁଖ ଯୋଗଦେଇ ବିଜୁଜନତା ଦଳ ସରକାରଙ୍କ ଉନ୍ନୟନମୂଳକ ଯୋଜନା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଦଳର ସଙ୍ଗଠନକୁ ମଜଭୁତ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ନୂତନଭାବେ ନିଯୁକ୍ତ ପାଇଥିବା ଦଳୀୟ କର୍ମକର୍ତ୍ତାମାନଙ୍କୁ ଦଳ ପକ୍ଷରୁ ସମ୍ପର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୨୩ଟି ପଞ୍ଚାୟତର ଛାମୁଆ ନେତା ଓ କର୍ମୀମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.