Home କନ୍ଧମାଳ ବିଚାରପତିଙ୍କୁ ବିଦାୟ କାଳୀନ ଓ ସ୍ୱାଗତ ସମ୍ବର୍ଦ୍ଧନା

ବିଚାରପତିଙ୍କୁ ବିଦାୟ କାଳୀନ ଓ ସ୍ୱାଗତ ସମ୍ବର୍ଦ୍ଧନା

188

ବାଲିଗୁଡ଼ା, ୧୭/୭ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ବିଚାରାଳୟରେ କାର୍ଯ୍ୟରତ ଥିବା ସିନୟର ସିଭିଲ୍ ସେସନ୍ ଜର୍ଜ ରାଜୀବ ଲୋଚନ ସାହୁ ଏଠାରୁ ବଦଳି ହୋଇ ଟିଟିଲାଗଡ଼ ଠାରେ ନିଯୁକ୍ତି ହୋଇଛନ୍ତି, ତାଙ୍କରି ସ୍ଥାନରେ ଭୁବନେଶ୍ୱର ନିକଟରୁ ଆସିଥିବା ମାନ୍ୟବର ଜଜ୍ ସଂଘମିତ୍ରା ଦାସ ନିଯୁକ୍ତ ହୋଇଛନ୍ତି। ଏହି ପରିପ୍ରେକ୍ଷିରେ ସ୍ତାନୀୟ ବାର୍ ଆସୋସିଏସନ୍ ତରଫରୁ ସଂଘର ସଭାପତି କୌଶିକ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବିଦାୟ କାଳୀନ ଓ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦାୟ କାଳୀନ ଓ ନୂତନ ଭାବେ ଯୋଗ ଦେଇଥିବା ଜଜ୍ ଙ୍କ କାର୍ଯ୍ୟ ଦକ୍ଷତା ଓ ଆଇନ୍ ର ସଚ୍ଚୋଟ କାର୍ଯ୍ୟକଳାପ ସଂପର୍କରେ ସଭାପତି ଶ୍ରୀ ସାହୁ ଆଲୋକପାତ କରିଥିଲେ। ପରେ ପରେ ଉପସ୍ଥିତ ସମସ୍ତ ଆଇନ୍ ଜୀବି ବିଦାୟକାଳୀନ ଓ ସ୍ୱାଗତ ଶୁଭେଚ୍ଛା ଜ୍ଞାପନ ଜଣାଇଥିଲେ। ଏଥିରେ ଆସୋସିଏସନ୍ ର ଅଶ୍ୱିନୀ କୁମାର ଦାସ, ସୁରେଶ କୁମାର ପଟ୍ଟନାୟକ, ଚନ୍ଦ୍ରଶେଖର ପଣ୍ଡା, ପଦ୍ମଚରଣ ପଟ୍ଟନାୟକ, ସେଖ୍ ସାଦିକ୍, ଅନୀଲ୍ କୁମାର ଲେଙ୍କା, ନାରାୟଣ ଚୌଧୁରୀ, ସୁରେନ୍ଦ୍ର କୁମାର ପାତ୍ର, ଟି. ହରିଶ୍ଚନ୍ଦ୍ର ରାଓ, ଶିରିଶ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.