Home ଜିଲ୍ଲା ପରିକ୍ରମା ବିକାଶ କ୍ୟାମ୍ପସରେ ସମ୍ବର୍ଦ୍ଧନା ସମାରୋହ

ବିକାଶ କ୍ୟାମ୍ପସରେ ସମ୍ବର୍ଦ୍ଧନା ସମାରୋହ

132

ସମ୍ବଲପୁର ୨୪.୦୬: ବିକାଶ କ୍ୟାମ୍ପସରେ ଉଭୟ ସିବିଏସ୍ ସି ଏବଂ ସିଏଚ୍ ଏସ୍ ସି ବୋର୍ଡ଼ ପରୀକ୍ଷାରେ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସକାଶେ ଏକ ସମ୍ବର୍ଦ୍ଧନା ସମାରୋହର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବରେ ବିକାଶ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଡି. ମୁରଳୀ କ୍ରିଷ୍ଣା ଯୋଗଦେଇ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀଙ୍କୁ କୌଣସି ବି ସଫଳତା ଜୀବନର ଶେଷ ସଫଳତା ନୁହେଁ, ଆଗକୁ ବହୁତ ଲମ୍ବା ରାସ୍ତା ରହିଛି ବୋଲି ତାଙ୍କ ବକ୍ତବ୍ୟରେ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ବିକାଶ ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜି. ଭାସ୍କର ରାଓ, ପ୍ରଶାସନିକ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି ନାଗେଶ୍ୱର ରାଓ, ନିର୍ଦ୍ଦେଶକ ସମରେନ୍ଦ୍ର ନାଥ ପଣ୍ଡା ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଜୀବନରେ ଆହୁରି ସଫଳତା ଲାଭ କରିବାକୁ ପ୍ରେରଣା ଦେଇଥିଲେ ଏବଂ ଯେଉଁ ଛାତ୍ରଛାତ୍ରୀ ଅକ୍ଲାନ୍ତ ପରିଶ୍ରମ କରି ସମ୍ପୂର୍ଣ୍ଣ ସଫଳତା ଲାଭ କରିଛନ୍ତି, ସଂପୃକ୍ତ ଅଧ୍ୟକ୍ଷ, ଶିକ୍ଷକ ଏବଂ ଏପରିକି ଅଭିଭାବକ-ଅଭିଭାବିକାଙ୍କୁ ମଧ୍ୟ ଆନ୍ତରିକତାର ସହ ଅଭିନନ୍ଦନ ଜଣାଇଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିକାଶ କନ୍ ସେପ୍ଟ ସ୍କୁଲ ଅଧ୍ୟକ୍ଷ ଡ. ବିଜୟ ଚନ୍ଦ୍ର ପାଢ଼ୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ସମାରୋହର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ବିକାଶ ଉଚ୍ଚତର ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଂଜୀବ କୁମାର ବାବୁ ଧନ୍ୟବାଦ ଦେବା ପରିପ୍ରେକ୍ଷୀରେ ଯେଉଁ ଛାତ୍ରଛାତ୍ରୀ ସଫଳତା ପାଇ ଆଜି ସମ୍ବର୍ଦ୍ଧିତ ହେବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନେ ଏ ଅନୁଷ୍ଠାନର ଗର୍ବ ଏବଂ ଗୌରବ, ସମାଜ ଓ ରାଷ୍ଟ୍ର ସେମାନଙ୍କଠାରୁ ଆହୁରି ଅଧିକ କିଛି ଆଶା ରଖିଛି ବୋଲି ତାଙ୍କର ଅଭିଭାଷଣରେ କହିଥିଲେ।

ଏହି ପରିପ୍ରେକ୍ଷୀରେ ସିବିଏସ୍ ସି ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହୋଇଥିବା ପଲ୍ଲବୀ ମାଝୀ, ତେଜସ୍ୱିନୀ ବେହେରା, ପୂଜା ଅଗ୍ରୱାଲ; ବାଣିଜ୍ୟ ବିଭାଗରେ ବିଭା ଚଣ୍ଡାକ, ଆଦର୍ଶ ବେହେରା, ଲିପ୍ ସାରାଣୀ ବୁଡ଼ା ଏବଂ ଦଶମ ଶ୍ରେଣୀ ସିବିଏସ୍ ଇ ବୋର୍ଡ଼ ପରୀକ୍ଷାରେ ଶତକଡ଼ା ୯୦ରୁ ଊର୍ଦ୍ଧ୍ୱ ନମ୍ବର ରଖିଥିବା ବିକାଶ କୁମାର ନାୟକ, ଚେତନ ଦେବ ମସ୍କରା, ସ୍ନେହା ଦେ, ଅଭିଳାଷ ପଟେଲ, ପୁଲକିତ ଅଗ୍ରୱାଲ, ଆଶିଷ ସୁନ୍ୟାନୀ, ମାସୁମ କୁମାର ଚୌଧୁରୀ, ଆୟୁଷ୍ମାନ ବଂଶଲ, ଆର୍ଯ୍ୟପ୍ରଭା ଦେହୁରୀ, ସମ୍ବିତ ପ୍ରସାଦ ଦାସ, ବିନୟ କୃଷ୍ଣ ତ୍ରିପାଠୀ, ଉଦୟ ସିଂ ଚୌହାନ, ଅର୍ପିତମ ଶାହା, ଚନ୍ଦନ ଲେଙ୍କା, ଦ୍ରିଷ୍ଟି ପଟେଲ, ମହମ୍ମଦ ମେହେଦି ହୁସେନ, ବିଶ୍ୱଜିତ ପଟେଲ ତଥା ୨୦୧୯ ଜେଇ ମ୍ୟାନ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଶିବଦତ୍ ତ ପଣ୍ଡା, ନୟନ ଡୁଙ୍ଗଡୁଙ୍ଗ, ସ୍ୱାଗତିକା ମରେଇ, ଅରୁଣ କୁମାର ମାଝୀ, ଶୁଭ୍ରାଂଶୁ ଭୋଇ, ଲିପୁନ କୁମାର ବରିହା, ଅଂଶୁମାନ ଦେଉରିଆ, ଓମ୍ ପ୍ରକାଶ ବାଗ, , ବିଭୁ ପ୍ରସାଦ ସାହୁ, ରାଜନନ୍ଦନ ମିଶ୍ର, ସ୍ୱାଗତ ଶେଖର ସେଠଙ୍କୁ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଠିକ୍ ସେହିଭଳି ସିଏଚ୍ ଏସ୍ ଇ ଯୁକ୍ତ୨ ବିଜ୍ଞାନ ବୋର୍ଡ଼ ପରୀକ୍ଷାରେ ଆଶାନୁରୂପକ ସଫଳତା ଲାଭ କରିଥିବା ଇପ୍ ସିତା ବଳିୟାର ସିଂ, ତନ୍ମୟ କୁମାର ସାହୁ, ସ୍ୱାତୀ ପଟେଲ, ସୁମିତ କୁମାର ତ୍ରିପାଠୀ, ମୋନାଲିସା ପ୍ରଧାନ, ପ୍ରଜ୍ଞା ପରିମିତା ପ୍ରଧାନ, ସଂଜ୍ଞାରାଣୀ ସୁନା, କୁନାଳ ରଞ୍ଜନ ପଟେଲ ଏବଂ ବାଣିଜ୍ୟରେ ସ୍ମୃତିପ୍ରିୟା ଜେନା, ବୈଶାଳିନୀ ନେଗି, ଜ୍ୟୋତିରଂଜନ କୁଅଁର ଏବଂ ଅମ୍ରିତା ନାୟକଙ୍କୁ ସମ୍ମାନିତ ଅତିଥିମାନେ ପ୍ରମାଣପତ୍ର ଦେଇ ପୁରସ୍କୃତ କରିଥିଲେ। କୁନାଳ ରଂଜନ ପଟେଲ ଜେଇ ପରୀକ୍ଷାରେ ସଫଳତା ଲାଭ କରି ଅନୁଷ୍ଠାନର ଗର୍ବ ଓ ଗୌରବକୁ ବଢ଼ାଇ ଦେଇଥିବାବେଳେ ସଂଜ୍ଞାରାଣୀ ସୁନା ରସାୟନ ବିଜ୍ଞାନରେ ୯୯ ମାର୍କ ଏବଂ ସୁମିତ କୁମାର ତ୍ରିପାଠୀ ଓ କୁନାଳ ରଂଜନ ପଟେଲ ପଦାର୍ଥ ବିଜ୍ଞାନରେ ୯୮ ପ୍ରତିଶତ ନମ୍ବର ରଖି ବିକାଶ ଅନୁଷ୍ଠାନର ସମ୍ମାନ ବଜାୟ ରଖିଛନ୍ତି।

ଏହି ସମାରୋହରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କର ଅଭିଭାବକ, ଅଭିଭାବିକା ତଥା ଉକ୍ତ ଶିକ୍ଷାନୁଷ୍ଠାନର ସମସ୍ତ ଶିକ୍ଷକ ଓ କର୍ମଜୀବୀ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିକାଶ ଫାଷ୍ଟ ଷ୍ଟେପର ପ୍ରଧାନ ଶିକ୍ଷୟିତ୍ରୀ ଭି. ଶୈଳଜା ପାଢ଼ୀ, ବିକାଶ କନ୍ ସେପ୍ଟ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ସେଲି ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଛାତ୍ରଛାତ୍ରମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ପରିବେଷିତ ହୋଇଥିଲା।

୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସମ୍ବଲପୁର ଜଙ୍ଗଲ ବିଭାଗ ବନ୍ୟଜନ୍ତୁ ସଂରକ୍ଷଣ ଅଧିକାରୀ ଶ୍ରୀଯୁକ୍ତ ସନଥ କୁମାର ଏନ୍ ., ଆଇଏଫ୍ ଏସ୍ ଡି.ଏଫ୍ .ଓ. ମୁଖ୍ୟଅତିଥି ଭାବରେ ଯୋଗଦେଇ ସମସ୍ତ ଛାତ୍ରଛାତ୍ରୀ ତଥା ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଗହଣରେ ପତାକା ଉତ୍ ତୋଳନ କରି ଭାରତରେ ଜନ୍ମ ନେଇଥିବାରୁ ଆମେ ସମସ୍ତେ ନିଜକୁ ଧନ୍ୟ ଓ ଗୌରବାନ୍ୱିତ ମନେକରିବା ଉଚିତ ବୋଲି ଉଦ୍ ବୋଧନ ଦେଇଥିଲେ।

ବିକାଶ ହାଇୟର ସେକଣ୍ଡାରୀ ସ୍କୁଲ ଅଧ୍ୟକ୍ଷ ଶ୍ରୀଯୁକ୍ତ ସଂଜୀବ କୁମାର ବାବୁ ତାଙ୍କ ସ୍ୱାଗତ ଭାଷଣରେ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ଦେଶ, ଜାତିକୁ ଭଲ ପାଇବା ଉଚିତ ବୋଲି କହିଥିବାବେଳେ ବିକାଶ୍ ଦ କନ୍ ସେପ୍ଟ ସ୍କୁଲ ଅଧ୍ୟକ୍ଷ ଡ. ବିଜୟ ଚନ୍ଦ୍ର ପାଢ଼ୀ ଧନ୍ୟବାଦ ପ୍ରଦାନ କରିବା ପ୍ରସଙ୍ଗରେ ‘ଭାରତ ଏକ ମହାନ ଦେଶ ଏବଂ ତା’ର ସୁରକ୍ଷା ଆମର ଦାୟିତ୍ୱ’ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବରେ ବିକାଶ ଅନୁଷ୍ଠାନର ପ୍ରଶାସନିକ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି ନାଗେଶ୍ୱର ରାଓ ଯୋଗଦେଇ ଭାରତୀୟ ସୈନିକ ଏବଂ ସାଧାରଣ ନାଗରିକ ଏ ସମସ୍ତଙ୍କର ଦେଶପ୍ରତି ଯଥେଷ୍ଟ କର୍ ତବ୍ୟ ରହିଛି ବୋଲି ମତପ୍ରକାଶ କରିଥିଲେ।

ଏହି ଅବସରରେ ସଂଗୀତ ଓ ନୃତ୍ୟଶିକ୍ଷକ ଲବ ଭୂୟାଁ ଓ କୃଷ୍ଣଚନ୍ଦ୍ର ମେହେରଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ପ୍ରମାଣପତ୍ର ଦିଆଯାଇଥିଲା। ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ବିକାଶ, ଶାସନର ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ନରେନ୍ଦ୍ର ଏବଂ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶୈଳୀ ପାଢ଼ୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.