Home କନ୍ଧମାଳ ବାଲିଗୁଡାରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି

ବାଲିଗୁଡାରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି

90

ବାଲିଗୁଡା, ୨୬/୮ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) – ବାଲିଗୁଡା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲାପାଳ ଡି.ବୁନ୍ଦା ଅଭିଯୋଗ ଶୁଣାଣି କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧିକାରୀ ପ୍ରତିକି ଗିତା ସିଂ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱନାଥ ବାରିକ, ବାଲିଗୁଡା ଉପଜିଲ୍ଲାପାଳ ତଥା ଆଇଟିଡିଏ ପିଏ ରାଜେନ୍ଦ୍ର ରଣଜିତ, ଶୁଭଙ୍କର ମହାପାତ୍ର ପ୍ରମୁଖ ମଂଚାସିନ ଥିଲେ।ଉକ୍ତ ଅଭିଯୋଗ ଶୁଣାଣିରେ ସମୁଦାୟ ୩୭ଟି ଅଭିଯୋଗ ଶୁଣିଛନ୍ତି ଜିଲ୍ଲାପାଳ ଏଥିମଧ୍ୟରୁ ବ୍ୟକ୍ତିଭାବେ୨୩ଜଣ ଅଭିଯୋଗ କରିଥିବା ବେଳେ ସାମୁହିକଭାବେ ୧୪ଜଣ ବିଭିନ୍ନ ସମସ୍ୟାକୁ ନେଇ ଗୁହାରୀ କହିଛନ୍ତି।ଏହି ଅଭଯୋଗ ଶୁଣାଣିରେ ସମୁହ ଅଭିୋଯାଗ ମଧ୍ୟରେ ବେଶି ଇନ୍ଦିରା ଆବାସ ଗାଁ ଗହଳିକି ରାସ୍ତା ନେଇ ଅଭିଯୋଗ ଥିବା ଜଣାପଡିଛି।ବାରଖମା ପଂଚାୟତର କିଛି ବୁଢାବୁଢି ଅନ୍ତଦୟ କାର୍ଡ ନିମନ୍ତେ ବାରମ୍ବାର ପଂଚାୟତ ଓ ବ୍ଲକକୁ ଆସି ଯୋଗାଣବିଭାଗର ନିରିକ୍ଷକଙ୍କୁ କହିଲେ ବି କିଛିସୁଣୁନାହାନ୍ତି ବୋଲି କହିଛନ୍ତି।ପ୍ରବଳ ବର୍ଷା ସତ୍ୱେ ବି ଲୋକ।ହି ଅଭିଯୋଗ ସୁଣାଣିକୁ ଆସିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.