Home ଅପରାଧ ଭୁବନେଶ୍ୱର ଡ୍ୟାନ୍ସ ବାରରୁ ୫୦ ଯୁବତୀ ଉଦ୍ଧାର

ଭୁବନେଶ୍ୱର ଡ୍ୟାନ୍ସ ବାରରୁ ୫୦ ଯୁବତୀ ଉଦ୍ଧାର

405

ଭୁବନେଶ୍ୱର, ୨୭/୭, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ବେଆଇନ୍‌ବାର୍‌ରେ ଗତକାଲି ବିଳମ୍ବିତ ରାତିରେ କମିଶନରେଟ୍‌ପୋଲିସର ଚଢ଼ଉ କରି ୫୦ରୁ ଉର୍ଦ୍ଧ୍ୱ ଯୁବତୀଙ୍କୁ ଉଦ୍ଧାର କରିଛି।

ସେହି ଯୁବତୀମାନେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ହିମାଚଳପ୍ରଦେଶ, ମୁମ୍ବାଇ, ପଞ୍ଜାବ ଓ ହରିଆଣାର ବୋଲି ଜଣାପଡ଼ିଛି।

କିଛି ଦିନ ପୂର୍ବରୁ ଲକ୍ଷ୍ମୀସାଗର ଓ କଟକ ରୋଡ୍‌ଅଞ୍ଚଳରେ ବାର୍ ଗୁଡ଼ିକ ବେଆଇନ ଭାବେ ଚାଲିଥିବା ଅଭିଯୋଗ ହୋଇଥିଲା। ପରେ ପୋଲିସ ଏହା ଉପରେ ଅଚାନକ ଚଢ଼ାଉ କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.