Home ଓଡ଼ିଶା କଣ ପାଇଁ ରାସ୍ତାରେ ଶବ ରଖି ଉତ୍ତେଜନା କଲେ ଗାଁ ଲୋକେ ?

କଣ ପାଇଁ ରାସ୍ତାରେ ଶବ ରଖି ଉତ୍ତେଜନା କଲେ ଗାଁ ଲୋକେ ?

263

ବାଲେଶ୍ଵର, ୨୭/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଆଜି ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ବାଲିଆପାଳ-କମର୍ଦ୍ଦା ମୁଖ୍ୟରାସ୍ତାର ଉଲୁଡା ଛକ ନିକଟରେ ଶବ ରଖି ସ୍ଥାନୀୟ ଲୋକେ ରାସ୍ତା ରୋକ କରିଛନ୍ତି।

ଗତକାଲି ମୃତ ବିଜୟ ଦଳାଇଙ୍କ ମୃତଦେହ ବ୍ୟବଚ୍ଛେଦ କରିବା ପାଇଁ ମାଜିଷ୍ଟ୍ରେଟ୍‌ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଶବ ବ୍ୟବଚ୍ଛେଦ ହୋଇପାରି ନଥିବାରୁ ଆଜି ଭୋର ୫ଟାରେ ଆମ୍ବୁଲାନ୍ସ ଯୋଗେ ୨ଜଣ ପୋଲିସ ବିଜୟଙ୍କ ମୃତଦେହ ଭୋଗରାଇ ବ୍ଲକ ଉଲୁଡାକୁ ନେଇ ଆସିଥିଲେ।

ହେଲେ ପରିବାର ଲୋକଙ୍କ ଅନୁପସ୍ଥିତିରେ ଏହା କରାଯାଇଥିବାରୁ ସେଠାରେ ଉତ୍ତେଜନା ଦେଖାଦେଇଛି। ଆଉ ଗାଁ ଲୋକେ ଆମ୍ବୁଲାନ୍ସ ଡ୍ରାଇଭର ସହ ୨ଜଣ ପୋଲିସକୁ ଅଟକ ରଖି ୨୦ ଲକ୍ଷ କ୍ଷତିପୂରଣ ଦାବି କରିଛନ୍ତି।

ଗତକାଲି ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ନାବାଳକ ଜଣଙ୍କ ଉଜୁଡା ଗ୍ରାମର ବିଜୟ ଦଳାଇ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.