Home ଓଡ଼ିଶା ବାତ୍ୟା ପ୍ରଭାବିତ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣର ପୁନରୁଦ୍ଧାର

ବାତ୍ୟା ପ୍ରଭାବିତ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣର ପୁନରୁଦ୍ଧାର

310

ଭୁବନେଶ୍ୱର ୭-୫ (ଓଡ଼ିଆ ପୁଅ) ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତିରେ ପୁରୀ, ଭୁବନେଶ୍ବର ଓ କଟକ ସହରାଞ୍ଚଳ ଗୁଡିକରେ ଜଳ ଯୋଗାଣର ପୁନରୁଦ୍ଧାର କରିପାରିଛନ୍ତି।

ପୁରୀ: ପାନୀୟଜଳର ଆବଶ୍ୟକତା ୩୬ ଏମ୍.ଏଲ୍.ଡି. ଥିବାବେଳେ ଆଜି ସକାଳ ୫ଟା ସୁଦ୍ଧା ୨୪ଟି ଡିଜେଲ୍ ଚାଳିତ ଜେନେରେଟର, ୩୩ଟି ପାଣି ଟାଙ୍କି ଓ ୧୦୦ଟି ପି.ଭି.ସି. ବ୍ୟାଙ୍କ ମାଧ୍ୟମରେ ଜଳ ଯୋଗାଣ ସୁବ୍ୟବସ୍ଥିତ କରାଯାଇପାରିଛି। ସମସ୍ତ ୱାର୍ଡଗୁଡିକୁ ବିଶୁଦ୍ଧ ପାଇପ୍ ପାଣି ଯୋଗାଇଦେବାପାଇଁ ସରକାର ସକ୍ଷମ ହୋଇଛନ୍ତି। ଏହା ପ୍ରଳୟଙ୍କରୀ ବାତ୍ୟାର ମାତ୍ର ୭୬ ଘଣ୍ଟା ମଧ୍ୟରେ ସମ୍ଭବ ହୋଇ ପାରିଛି।

ଭୁବନେଶ୍ବର: ପାନୀୟ ଜଳ ଆବଶ୍ୟକତା ୨୦୦ ଏମ୍.ଏଲ୍.ଡି. ଥିବା ବେଳେ ଆଜି ସୁଦ୍ଧା ୧୮୪ ଏମ୍.ଏଲ୍.ଡି. ପାନୀୟଜଳ ଯୋଗାଇ ଦିଆଯାଇ ପାରିଛି। ୧୧୦ଟି ଜେନେରେଟର, ୧୩୬ଟି ପାଣି ଟାଙ୍କି ଓ ୬୦୦ଟି ପି.ଭି.ସି. ଟାଙ୍କି ବ୍ୟବହାର କରାଯାଇ ସହରର ସମସ୍ତର ୱାର୍ଡକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇପାରିଛି।

କଟକ: ସହରରେ ୧୦୮ ଏମ୍.ଏଲ୍.ଡି. ପାନୀୟଜଳର ଚାହିଦା ଥିବାବେଳେ ଆଜି ସୁଦ୍ଧା ୮୫ ଏମ୍.ଏଲ୍.ଡି. ଜଳ ଯୋଗାଇ ଦିଆଯାଇଛି। ଏହା ମୋଟ ଜଳଯୋଗାଣର ଶତକଡା ୮୦ ଭାଗ ଅଟେ। ଏଥିପାଇଁ ୫୯ଟି ଡିଜେଲ ଜେନେରେଟର, ୩୬ଟି ପାଣିଟାଙ୍କି ଓ ୧୫୦ରୁ ଅଧିକ ପି.ଭି.ସି. ଟାଙ୍କି ବ୍ୟବହାର କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଜଳଯୋଗାଣ ବ୍ୟବସ୍ଥାକୁ ସଂପୂର୍ଣ୍ଣ ସ୍ବାଭାବିକ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.