Home ଓଡ଼ିଶା ଫୋନି ପ୍ରଭାବିତ ପୁରୀ ଜିଲ୍ଲାର ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକରେ କେନ୍ଦ୍ରମନ୍ତ୍ରୀ: ଦୁର୍ଦଶାଗସ୍ତ ଲୋକଙ୍କ ସମସ୍ୟା...

ଫୋନି ପ୍ରଭାବିତ ପୁରୀ ଜିଲ୍ଲାର ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକରେ କେନ୍ଦ୍ରମନ୍ତ୍ରୀ: ଦୁର୍ଦଶାଗସ୍ତ ଲୋକଙ୍କ ସମସ୍ୟା ସିଧା କଥା ହୋଇ ବୁଝିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

1065

– ପୁରୀ ଜିଲ୍ଲା ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ ବୁଲି ଦେଖିଲେ
– ଡଙ୍ଗାପାର ହୋଇ ଦୁର୍ଗମ ମହିଷା ଓ ବ୍ରହ୍ମପୁର ଗ୍ରାମବାସୀଙ୍କ ସହ ହେଲେ କଥା
– ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଓଡିଶାର ପୁନଃନିର୍ମାଣ ପାଇଁ ଅର୍ଥର ଅଭାବ ରହିବ ନାହିଁ
– ଘଡିସନ୍ଧି ସମୟରେ ଓଡିଶାର ପୁନଃନିର୍ମାଣ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ

ବ୍ରହ୍ମଗିରି/ଭୁବନେଶ୍ୱର, ୦୭ ମଇ (ଓଡ଼ିଆ ପୁଅ) – ପ୍ରଳୟଙ୍କରୀ ବାତ୍ୟା ଫୋନି ର ତାଣ୍ଡବରେ ଅଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଅଂଚଳ ଆଜି ବୁଲି ଦେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଫୋନି ପ୍ରଭାବରେ ୧୪ ଜିଲ୍ଲା ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୁରୀ ଜିଲ୍ଲାରେ ଫୋନିର ହୋଇଥିଲା ଲ୍ୟାଣ୍ଡଫଲ୍। ଏପରି ଘଡିସନ୍ଧି ସମୟରେ ଓଡିଶାର ପୁନଃନିର୍ମାଣ ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଫୋନି ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ବୁଲିବା ସହ ସାଧାରଣ ଲୋକଙ୍କ ସହ ଆଲୋଚନା କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଘରଘର ବୁଲି ଲୋକମାନଙ୍କ ସହ ବ୍ୟକ୍ତିଗତ ଆଲୋଚନା କରିବା ସହ ସେମାନଙ୍କର ସମସ୍ୟା ପଚାରି ବୁଝିଥିଲେ। ଏପରିକି ଏ ସମୟରେ ସମସ୍ତେ ଧୈର୍ଯ୍ୟ ଧରିବା ସହ ଏକାଠି ହୋଇ କାମ କରିବା ପାଇଁ ଅନୁରୋଧ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ତାଙ୍କର ଏହି ଗସ୍ତ ସମୟରେ ସ୍ଥାନୀୟ ଅଂଚଳର ମତ୍ସ୍ୟଜୀବି ମାନଙ୍କ ସହ ମଧ୍ୟ କଥା ହୋଇଥିଲେ। ଡଙ୍ଗାପାର ହୋଇ ଦୁର୍ଗମ ମହିଷା ଓ ବ୍ରହ୍ମପୁର ଗ୍ରାମବାସୀଙ୍କୁ ଭେଟ କରିବା ସହ ସେମାନଙ୍କ କଥା ପଚାରି ବୁଝିଥିଲେ।

ବାତ୍ୟା ଫୋନିର ତାଣ୍ଡବଲୀଳାକୁ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ପଦକ୍ଷେପ ନେଇଥିବା କଥା କହିଛନ୍ତି ଶ୍ରୀ ପ୍ରଧାନ। ପୂର୍ବରୁ ୩୪୧ କୋଟି ଏବେ ୧୦୦୦ କୋଟିର ଅତିରିକ୍ତ ସହାୟତା ଘୋଷଣା କରିଛନ୍ତି। ଓଡିଶାର ପୁନଃନିର୍ମାଣ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ଶ୍ରୀ ପ୍ରଧାନ କହିବା ସହ ଯୁଦ୍ଧକାଳୀନ ଭିତିରେ ପୁନଃନିର୍ମାଣ କାମ କରିବା ପାଇଁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହା ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡିଶାର ପୁନଃନିର୍ମାଣ କାର୍ଯ୍ୟରେ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟ ଓ ରାଷ୍ଟ୍ରାୟତ ଉଦ୍ୟୋଗ ସହ ରାଜ୍ୟ ପ୍ରଶାସନର ସମନ୍ୱୟ ରହିବା ନେଇ ଉଭୟ ପକ୍ଷ ସହ ସେ ବାରମ୍ବାର ଆଲୋଚନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.