Home ଜିଲ୍ଲା ପରିକ୍ରମା ବାଇକ୍ ଦୁର୍ଘଟଣା, ୩ ଗୁରୁତରଙ୍କୁ କଟକ ପଠାଗଲା

ବାଇକ୍ ଦୁର୍ଘଟଣା, ୩ ଗୁରୁତରଙ୍କୁ କଟକ ପଠାଗଲା

141

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାସୁଦେବପୁର ପୌରପାଳିକା ଅଧୀନସ୍ଥ ଇଣ୍ଡିଆସାହି ଛକଠାରେ ଦୁଇବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ବାଇକ୍ ଆରୋହୀଙ୍କ ସହିତ ଜଣେ ମହିଳା ମଧ୍ୟ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ସମସ୍ତ ଗୁରୁତର ୩ ଜଣ ବାଲେଶ୍ୱର ଜିଲାର ନୀଳଗିରି ଅଂଚଳର ସୁଧାଂଶୁ ଶେଖର ମଣ୍ଡଳ, ସରିତାରାଣୀ ଦାସ ଓ ସିମୁଳିଆ ବରି ଅଂଚଳର ସେକ୍ ରାଜା । ଆଜି ଏହି ଦୁର୍ଘଟଣା ଘଟିବା ପରେ ଖବର ପାଇ ବାସୁଦେବପୁର ପୁଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆସି ତାଙ୍କୁ ବାସୁଦେବପୁର ମେଡିକାଲ ଆଣିଥିଲେ । ମାତ୍ର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.