Home ଜିଲ୍ଲା ପରିକ୍ରମା ଭାଟିଆଶୁଣୀରେ କୃଷକ ସମାବେଶ , କୃଷକ ଓ ଶ୍ରମିକଙ୍କ ପାଇଁ ଲଢେଇ ଜାରୀ ରହିବ- ଅକ୍ଷୟ...

ଭାଟିଆଶୁଣୀରେ କୃଷକ ସମାବେଶ , କୃଷକ ଓ ଶ୍ରମିକଙ୍କ ପାଇଁ ଲଢେଇ ଜାରୀ ରହିବ- ଅକ୍ଷୟ କୁମାର

57

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରିୟ ସଂଯୋଜକ ଆଜି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସୀମାବର୍ତ୍ତୀ ମା’ ଭାଟିଆଶୁଣୀ ପୀଠରେ ଶତାଧିକ କୃଷକମାନଙ୍କୁ ନେଇ ବୈଠକ କରିଛନ୍ତି । ଏହି ସମାବେଶରେ ହାଟଡ଼ିହୀ, ବନ୍ତ ଓ ଭଣ୍ଡାରିପୋଖରୀ ବ୍ଲକର ଶତାଧିକ ଅଗ୍ରଣୀ ଚାଷୀ ଯୋଗଦେଇ ଥିଲେ । ରାଷ୍ଟ୍ରିୟ ସଂଯୋଜକ ଶ୍ରୀ ଅକ୍ଷୟ କୁମାର ଚାଷୀ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାକୁ କିପରି ଲୋକଲୋଚନକୁ ଅଣାଯାଇ କୃଷକମାନଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଦାବୀ ହାସଲ କରିହେବ ସେ ବିଷୟରେ ମତ ରଖିଥିଲେ । ହଦଗଡ଼ ନଦୀବନ୍ଧ ଯୋଜନା ଦ୍ୱାରା ଚାଷୀ ଉପକୃତ ହେଉଥିଲେ ବି ଏହି ବନ୍ଧ ନିର୍ମାଣରେ ବାସହରା ହୋଇଥିବା ଜନଜାତିମାନେ ଆଜି ଅବହେଳିତ । ଏହି ଜଳଭଣ୍ଡାରର ଉପରମୁଣ୍ଡରେ ଥିବା ଦଲକି, ପୀତାନାଉ, ମଲ୍ଲୀପଶି ଗ୍ରାମକୁ ଯିବାପାଇଁ ଭଲ ରାସ୍ତାଟିଏ ନାହିଁ । ସେମାନେ ବିପଦପୂର୍ଣ୍ଣ ଭାବେ ଜଙ୍ଗଲୀ ରାସ୍ତାରେ ପାଦରେ ଚାଲିଚାଲି ନିଜର ଦୈନନ୍ଦିନ ଜୀବନ ଯାପନ କରୁଛନ୍ତି । ଏପରିକି ଜୀବନକୁ ବାଜି ଲଗାଇ ଭରାପାଣିରେ ଡ଼ଙ୍ଗା ଦ୍ୱାରା ସେମାନେ ଯାଆସ କରୁଛନ୍ତି । ଅପରପକ୍ଷେ ରାସ୍ତା ନଥିବାରୁ ସେମାନେ ସରକାରୀ ସାହାଯ୍ୟ ସହଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି । ସେମାନେ ତାଙ୍କର କୃଷିଜାତ ପର୍ଦାଥ ଉପଯୁକ୍ତ ମୂଲ୍ୟରେ ବିକ୍ରୀ କରିପାରୁ ନାହାନ୍ତି । ସେହିପରି ଭଦ୍ରକ ଜିଲ୍ଲାର ଚାଷୀମାନଙ୍କ ବିଭିନ୍ନ ସମସ୍ୟା ସମେତ ଭଣ୍ଡାରିପୋଖରୀର ଦୁଃଖ କଣ୍ଟିଘାଇ, ଭଦ୍ରକ ମେଡ଼ିକାଲର ସ୍ୱାସ୍ଥ୍ୟସେବାର ଅବହେଳା ଆଦିକୁ ନେଇ ୮ ଦଫା ଦାବୀରେ ଆସନ୍ତା ୨୨ ତାରିଖ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଜନସତ୍ୟାଗ୍ରହ ହେବବୋଲି ବନ୍ତ ଠାରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ରାଜ୍ୟ ଉପଦେଷ୍ଟା ଡ଼ କୂଳମଣି, ଜିଲ୍ଲା ସଂଯୋଜକ ତ୍ରିଲୋଚନ ପଣ୍ଡା, କୃଷ୍ଣଚନ୍ଦ୍ର ଜେନା, ଶ୍ରୀକାନ୍ତ ବିଶ୍ୱାଳ, ରମେଶ ବାରିକ, ସୁଦାମ ସାହୁ, ଇଂ ଶୁଭେନ୍ଦୁ ମଲ୍ଲିକ, ସଂଗ୍ରାମ କିଶୋର, ସନ୍ୟାସୀ ଚିନୁ ପ୍ରମୁଖ ଉପସ୍ଥିତ ଥିଲେ । ଅକ୍ଷୟ କୁମାରଙ୍କ ଏହି ଗ୍ରସ୍ତ ବେଳେ ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ଚାଷୀମାନେ ଭେଟି ସମସ୍ୟା ସର୍ମ୍ପକିତ ଆଲୋଚନା କରୁଥିବାର ପରିଲକ୍ଷିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.