ad
ଜିଲ୍ଲା ପରିକ୍ରମା

ବହୁ ମାତ୍ରାରେ ଶାଳ ଓ ଶାଗୁଆନ ପଟା ଜବତ

ଦେବଗଡ ୨୧-୫ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ଦେବଗଡ ବନ ବିଭାଗ ଅଧୀନରେ ଥିବା ଅନୁଗୁଳ ଜିଲ୍ଲା ପାଲଲହଡ଼ା ସବଡିଭିଜନ ଅନ୍ତର୍ଗତ ଇଶ୍ବର ନଗର ଗ୍ରାମର ରମାକାନ୍ତ ବିଶ୍ବାଳ, ପିତା ଦେବାଧି ବିଶ୍ବାଳଙ୍କ ବାସଭବନରୁ ବିପୁଳ ପରିମାଣର ଶାଳ ଓ ଶାଗୁଆନ ପଟା ଜବତ କରାଯାଇଛି। ଦେବଗଡ ବନଖଣ୍ଡର ମୋବାଇଲ ସ୍କ୍ୱାର୍ଡ କୌଣସି ସୂତ୍ରରୁ ଖବର ପାଇ ରମାକାନ୍ତ ବିଶ୍ବାଳଙ୍କ ବାସଭବନ ଉପରେ ଅତର୍କିତ ଭାବେ ଚଢାଉ କରି ୪୪ ଖଣ୍ଡ ଶାଳ ଓ ଶାଗୁଆନ ପଟା ଜବତ କରାଯାଇଛି। ଏହି ଚଢାଉ କାର୍ଯ୍ୟରେ ଦେବଗଡ ବନଖଣ୍ଡ ମୋବାଇଲ ସ୍କ୍ୱାର୍ଡ ଟିମ ଲିମାଶ୍ରୀ ପ୍ରଧାନ, ଫରେଷ୍ଟ ଗାର୍ଡ ଭୋଲେଶ୍ବର ସାହୁ, ପୂର୍ଣ୍ଣଚନ୍ଦ୍ର ଧଳ, ସୁନିଲ ବେହେରା, ଶୁଶାନ୍ତ ସାହୁ, ନିରଞ୍ଜନ ବେହେରା ଓ ବବିତା ନାଏକ ଙ୍କ ସମେତ ପାଲଲହଡ଼ା ଉପଖଣ୍ଡ ମାଜିଷ୍ଟ୍ରେଟ ଓ ଫରେଷ୍ଟର ସୁଧାଂଶୁ ବେହେରା ଉପସ୍ଥିତ ଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top