Home ଓଡ଼ିଶା ବର୍ଜ୍ୟ ବସ୍ତୁରୁ ଉର୍ଜା କାର୍ଯ୍ୟକ୍ରମରେ ଭାରତକୁ ବିଶ୍ୱରେ ଅଗ୍ରଣୀ କରିବା ପାଇଁ ଉଦ୍ୟମ କରିବା –...

ବର୍ଜ୍ୟ ବସ୍ତୁରୁ ଉର୍ଜା କାର୍ଯ୍ୟକ୍ରମରେ ଭାରତକୁ ବିଶ୍ୱରେ ଅଗ୍ରଣୀ କରିବା ପାଇଁ ଉଦ୍ୟମ କରିବା – ଧର୍ମେନ୍ଦ୍ର ପ୍ରଧାନ

140

ଜାତିସଂଘର ମହାସଚିବ ସତ୍ୟ ଏସ. ତ୍ରିପାଠୀଙ୍କ ସହ ଭିସି ଜରିଆରେ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ

– ସିବିଜି, ଜୈବ ଇଥାନଲ, ଜୈବ ସାର ଏବଂ ଜୈବ ଇନ୍ଧନ କ୍ଷେତ୍ରରେ ଥିବା ସମ୍ଭାବନା ଦିଗରେ ଆଲୋଚନା
– ଦେଶରେ ପର୍ଯ୍ୟାୟକ୍ରମେ ପ୍ରତିଷ୍ଠା କରାଯାଉଥିବା ୫ ହଜାର ସିବିଜି ପ୍ଲାଂଟ ଆତ୍ମନିର୍ଭର ଭାରତ ଗଠନ ଦିଗରେ ଅଗ୍ରସର କରିବ

ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁନ ୦୪ (ଓଡ଼ିଆ ପୁଅ) – ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନ୍ୟୁୟର୍କ ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ସହକାରୀ ମହାସଚିବ ସତ୍ୟ ଏସ. ତ୍ରିପାଠୀଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ଭାରତର ଜୈବ ଇନ୍ଧନ କ୍ଷେତ୍ରରେ ଥିବା ସମ୍ଭାବନା ଦିଗରେ ଆଲୋଚନା କରିଛନ୍ତି। ବର୍ଜ୍ୟ ବସ୍ତୁରୁ ଉର୍ଜା କାର୍ଯ୍ୟକ୍ରମରେ ବିଶ୍ୱରେ ଭାରତକୁ ଅଗ୍ରଣୀ କରିବା ପାଇଁ ଉଦ୍ୟମ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ। ଏହି ଆଲୋଚନାରେ ବ୍ୟାଙ୍କିଂ ଅନୁଷ୍ଠାନର ମୁଖ୍ୟ ଓ ଜୈବ ଇନ୍ଧନ କ୍ଷେତ୍ରର ପ୍ରମୁଖ ଅଂଶୀଦାରମାନେ ଉପସ୍ଥିତ ଥିଲେ।

ସିବିଜି, ଜୈବ ଇଥାନଲ, ଜୈବ ସାର ଏବଂ ଜୈବ ଇନ୍ଧନ କ୍ଷେତ୍ରରେ ଥିବା ସୁଯୋଗ ଉପରେ ଶ୍ରୀ ପ୍ରଧାନ ଆଲୋକପାତ କରିଥିଲେ। ସେ କହିଛନ୍ତି ଯେ ଭାରତ ସରକାର ଜୈବ ଇନ୍ଧନ ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି। ଦେଶର ବିଭିନ୍ନ ଅଂଚଳରେ ପର୍ଯ୍ୟାୟକ୍ରମେ ୫ ହଜାର ସିବିଜି ପ୍ଲାଂଟ ପ୍ରତିଷ୍ଠା କରାଯାଉଛି। ଏହା ଜୈବ ଇନ୍ଧନ କ୍ଷେତ୍ରର ଅର୍ଥନୀତିକୁ ଗତି ଦେବ ଏବଂ ନିଯୁକ୍ତି ସୃଷ୍ଟି କରିବା ସହ ଦେଶର ବିକାଶ କରିବା ସହ ଆତ୍ମନିର୍ଭର ଭାରତ ଗଠନ ଦିଗରେ ଆଗ୍ରସର କରିବ।

କୃଷି ବର୍ଜ୍ୟ ବସ୍ତୁ ଏବଂ ଅନ୍ୟାନ୍ୟ ଅବଶିଷ୍ଟାଂଶକୁ ଉର୍ଜାରେ ପରିଣତ କରିବା ଦ୍ୱାରା ପରିବେଶ ସ୍ୱଚ୍ଛ ରହିବା ସହ ଜନ ସ୍ୱାସ୍ଥ୍ୟ ଏବଂ ଗ୍ରାମୀଣ ଅର୍ଥନୀତିରେ ମଧ୍ୟ ସୁପ୍ରଭାବ ପକାଇବ। ଆଜିର ଆଲୋଚନା ଆବର୍ଜନାରୁ ଉର୍ଜା କାର୍ଯ୍ୟକ୍ରମ ଦିଗରେ ଭାରତର ପ୍ରଚେଷ୍ଟାକୁ ତ୍ୱରାନ୍ୱିତ କରିବ ଏବଂ ଭଲ ବ୍ୟବସାୟ ମଡେଲ ପ୍ରତିଷ୍ଠା କରିବ, ଯାହା ଅଂଶୀଦାର, ଚାଷୀ ଏବଂ ଉଦ୍ୟୋଗୀଙ୍କ ପାଇଁ ଫଳପ୍ରଦ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.