Home ଆନ୍ତର୍ଜାତୀୟ ଜୁନ୍- ୫; ଆଜି ବିଶ୍ଵ ପରିବେଶ ଦିବସ: ପ୍ରକୃତି ପାଇଁ ସମୟ ..

ଜୁନ୍- ୫; ଆଜି ବିଶ୍ଵ ପରିବେଶ ଦିବସ: ପ୍ରକୃତି ପାଇଁ ସମୟ ..

1198

ନୂଆଦିଲ୍ଲୀ: ପରିବେଶର ସୁରକ୍ଷା ପାଇଁ ପ୍ରତ୍ୟେକ ବର୍ଷ ଜୁନ୍ ୫ ତାରିଖରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଏ। ବିଶ୍ୱ ସ୍ତରରେ ପରିବେଶ ପ୍ରତି ରାଜନୈତିକ ତଥା ସାମାଜିକ ଜାଗରଣ ସୃଷ୍ଟି କରିବା ନିମନ୍ତେ ବିଶ୍ୱ ପରିବେଶ ଦିବସ ପାଳନ କରିବା ପାଇଁ ମିଳିତ ଜାତିସଂଘ ୧୯୭୨ ମସିହାରେ ଘୋଷଣା କରିଥିଲା। ମିଳିତ ଜାତିସଂଘର ସାଧାରଣ ସଭା ଦ୍ୱାରା ୧୯୭୨ ମସିହା ଜୁନ୍ ୫ ତାରିଖରୁ ଜୁନ୍ ୧୬ ଯାଏଁ ଆୟୋଜିତ ବିଶ୍ୱ ପରିବେଶ ସମ୍ମିଳନୀରେ ଆଲୋଚନା ପରେ ଏହା ଘୋଷଣା କରାଯାଇ ଥିଲା। ୧୯୭୪ ମସିହା ଜୁନ୍ ୫ ତାରିଖରେ ପ୍ରଥମ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥିଲା।

୧୯୭୨ ମସିହାରେ ମିଳିତ ଜାତିସଂଘ ଦ୍ୱାରା ମାନବ ପରିବେଶ ଉପରେ ମିଳିତ ଜାତିସଂଘ ସାଧାରଣ ସଭା ଆୟୋଜିତ ହୋଇଥିଲା। ଏହି ଆଲୋଚନା ସମୟରେ ବିଶ୍ୱ ପରିବେଶ ଦିବସ ପାଳନ ପାଇଁ ପ୍ରସ୍ତାବ ଦିଆଯାଇଥିଲା ଏବଂ ଏହି ପ୍ରସ୍ତାବ ଗୃହୀତ ହୋଇ ଏହାର ଦୁଇ ବର୍ଷ ପରେ, ୧୯୭୪ ମସିହା ଜୁନ୍ ୫ ତାରିଖରେ ପ୍ରଥମ ବିଶ୍ୱ ପରିବେଶ ଦିବସ ଆମେରିକାରେ ପାଳନ କରାଯାଇଥିଲା। ଏହାପରେ ୧୯୮୭ ମସିହାରେ ଏହାର କେନ୍ଦ୍ର ପରିବର୍ତ୍ତନ କରିବାର ପ୍ରସ୍ତାବ ଆସିଥିଲା ​​ଏବଂ ସେହି ଦିନଠାରୁ ଏହାକୁ ଆୟୋଜନ କରିବା ପାଇଁ ବିଭିନ୍ନ ଦେଶ ଚୟନ କରାଯାଇଥିଲା। ପ୍ରତିବର୍ଷ ୧୪୩ରୁ ଅଧିକ ଦେଶ ଏଥିରେ ଅଂଶଗ୍ରହଣ କରନ୍ତି। ଏଥିରେ ଅନେକ ସରକାରୀ, ସାମାଜିକ ସ୍ତରର ତଥା ବ୍ୟବସାୟୀ ପରିବେଶ ସୁରକ୍ଷା, ସମସ୍ୟା ଇତ୍ୟାଦି ବିଷୟରେ ଆଲୋଚନା କରନ୍ତି। ପରିବେଶର ସୁରକ୍ଷା ପାଇଁ ଏହି ଦିନଟି ଗୁରୁତ୍ୱପୂର୍ଣ୍ଣ। ଯେଉଁଠାରେ ସମଗ୍ର ବିଶ୍ୱ ପରିବେଶ ସୁରକ୍ଷା ଦିଗରେ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ଏକ ଉପାୟ ଖୋଜିଥାଏ। ଲୋକମାନଙ୍କ ମଧ୍ୟରେ ପରିବେଶ ବାବଦରେ ସଚେତନତା ସୃଷ୍ଟି କରିବା ପାଇଁ ଜାତିସଂଘ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳନ ହେଉଛି ବିଶ୍ୱର ସର୍ବବୃହତ ବାର୍ଷିକ କାର୍ଯ୍ୟକ୍ରମ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଆମର ପ୍ରକୃତିର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା।

୨୦୨୦ ପାଇଁ ବିଷୟ: ପ୍ରକୃତି ପାଇଁ ସମୟ –
ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସ ଜର୍ମାନୀ ସହଭାଗିତାରେ କଲମ୍ବିଆରେ ଆୟୋଜନ ହେଉଛି। ୧୯୭୪ ମସିହା ଜୁନ୍ ୫ ତାରିଖରେ ପ୍ରଥମ ବିଶ୍ୱ ପରିବେଶ ଦିବସ ଆମେରିକାରେ ପାଳନ କରାଯାଇଥିବା ବେଳେ ଗତବର୍ଷ ଏହା ଚାଇନାରେ ଆୟୋଜନ ହୋଇଥିଲା ଏବଂ ୨୦୧୮ରେ ଏହା ଭାରତରେ ଆୟୋଜନ ହୋଇଥିଲା। ଏହା ପୂର୍ବରୁ ୨୦୧୧ ମସିହାରେ ମଧ୍ୟ ଭାରତ ବିଶ୍ୱ ପରିବେଶ ଦିବସ ଆୟୋଜନ କରିଥିଲା। ବିଶ୍ୱ ପରିବେଶ ଦିବସ ପାଳନ ପାଇଁ ପ୍ରତ୍ୟେକ ବର୍ଷ ଏକ ବିଷୟବସ୍ତୁ ରହିଥାଏ। ଚଳିତ ବର୍ଷର ବିଷୟ ହେଉଛି “ପ୍ରକୃତି ପାଇଁ ସମୟ”। ୨୦୧୯ରେ ବିଷୟ “ବାୟୁ ପ୍ରଦୂଷଣକୁ ହରାଇବା” ରହିଥିବା ବେଳେ ୨୦୧୮ରେ ବିଷୟ ଥିଲା “ପ୍ଲାଷ୍ଟିକ ପ୍ରଦୂଷଣକୁ ହରାଇବା”। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.