Home ଓଡ଼ିଶା ବରଖାସ୍ତ ବିଏସଏଫ ଜବାନ ତେଜ ବାହାଦୁର ଯାଦବ ନାମାଙ୍କନ ଖାରଜ ହେବା ମାମଲାର କାଲି ଶୁଣାଣି...

ବରଖାସ୍ତ ବିଏସଏଫ ଜବାନ ତେଜ ବାହାଦୁର ଯାଦବ ନାମାଙ୍କନ ଖାରଜ ହେବା ମାମଲାର କାଲି ଶୁଣାଣି କରିବେ ସୁପ୍ରିମ୍ କୋର୍ଟ

1011

ନୂଆ ଦିଲ୍ଲୀ ୮-୫ (ଓଡ଼ିଆ ପୁଅ) ବାରାଣସୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ବରଖାସ୍ତ ବିଏସଏଫ ଜବାନ ତେଜ ବାହାଦୁର ଯାଦବଙ୍କର ନାମାଙ୍କନ ଖାରଜ ହେବା ମାମଲାର ଶୁଣାଣି ଆସନ୍ତା କାଲି କରିବେ ସୁପ୍ରୀମ କୋର୍ଟ।

ସୂଚନାଯୋଗ୍ୟଯେ, ତେଜ ବାହାଦୁର ରିଟର୍ଣ୍ଣିଙ୍ଗ ଅଫିସରଙ୍କ ଉପରେ ଭୁଲ ନିଷ୍ପତି ନେଇଥିବାର କଥା କହିଥିଲେ। ସୁପ୍ରୀମ କୋର୍ଟ ନିର୍ବାଚନ ଆୟୋଗକୁ ୨୪ ଘଣ୍ଟାଭିତରେ ନିଜର ପକ୍ଷ ରଖିବାକୁ ଆଦେଶ ଦେଇଛନ୍ତି। ଏହି ମାମଲାରେ ଶୁଣାଣି କାଲି ହେବ।

ପୁନଶ୍ଟ ସୂଚନାଯୋଗ୍ୟଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟକ୍କର ଦେବା ପାଇଁ ବାରାଣାସୀ ଆସନରେ ପ୍ରାର୍ଥୀ ବଦଳାଇଥିଲା ସପା-ବସପା ମହାମେଣ୍ଟ। ପୂର୍ବରୁ ବାରଣାସୀ ଆସନରୁ ଶାଲିନୀ ଯାଦବଙ୍କୁ ପ୍ରାର୍ଥୀ କରିଥିଲା ସପା-ବସପା ମେଣ୍ଟ। ପରେ ଶାଲିନୀଙ୍କ ଟିକେଟ୍ କାଟି ତାଙ୍କ ସ୍ଥାନରେ ବିଏସଏଫର ପୂର୍ବତନ ଯବାନ ତେଜ ବାହାଦୂର ଯାଦବଙ୍କୁ ପ୍ରାର୍ଥୀ କରିଥିଲା ସପା-ବସପା ମେଣ୍ଟ । କିନ୍ତୁ ଦୁର୍ନୀତି ଓ ଡିସ୍‌ଲୟାଲିଟି କାରଣରୁ ତାଙ୍କ ନାମାଙ୍କନକୁ ନିର୍ବାଚନ କମିଶନ ଖାରଜ କରିଦେଇଥିଲେ।

ପ୍ରତିକ୍ରିୟାରେ ବାରାଣସୀର ରିଟର୍ଣ୍ଣି ଅଫିସର ସୁରେନ୍ଦ୍ର ସିଂହ କହିଥିଲେ, “ଯଦି ଜଣେ ବ୍ୟକ୍ତି ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବେ ଏବଂ ତାଙ୍କୁ ଦୁର୍ନୀତି କିମ୍ବା ଡିସ୍‌ଲୟାଲଟି ଯୋଗୁ ଚାକିରି ହରାଇବାକୁ ପଡ଼ିଥିବ, ତା’ହେଲେ ସେ ନିର୍ବାଚନ ଲଢ଼ିବାକୁ ଯୋଗ୍ୟ ହୋଇପାରିବେ ନାହିଁ।”

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.