Home ଓଡ଼ିଶା ବନ୍ୟପ୍ରାଣୀ ସୁରକ୍ଷା ଚିନ୍ତା- ଜିରୋ ପଏଂଟରେ ପିକନିକ ନିଷେଧ

ବନ୍ୟପ୍ରାଣୀ ସୁରକ୍ଷା ଚିନ୍ତା- ଜିରୋ ପଏଂଟରେ ପିକନିକ ନିଷେଧ

232

ସମ୍ବଲପୁର, ୯/୧୦ (ଓଡ଼ିଆ ପୁଅ) ହୀରାକୁଦ ବନ୍ୟପ୍ରାଣୀ ଡ଼ିଭିଜନ ଅନ୍ତର୍ଗତ ହୀରାକୁଦ ଜଳଭଂଡ଼ାର କୂଳରେଥିବା ଜିରୋ ପଏଂଟରେ ଏଣିକି ବଣଭୋଜି କରାଯାଇପାରିବ ନାହିଁ। ଏବାବଦରେ ଡ଼ିଭିଜନ ପକ୍ଷରୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି। ୫୧୯.୫୭ ବର୍ଗ କିଲୋମିଟର ଇଲାକାରେ ପରିବ୍ୟାପ୍ତ ଏହି ଅଭୟାରଣ୍ୟକୁ କେନ୍ଦ୍ର ସରକାରଙ୍କ ଜଂଗଲ ଓ ପରିବେଶ ବିଭାଗ ପକ୍ଷରୁ ଇକୋ ସେନସେଟିଭ ବା ପରିବେଶ ଦୃଷ୍ଟିରୁ ସମ୍ବେଦନଶୀଳ ଜୋନ ଭାବେ ଘୋଷଣା କରାଯାଇଛି। ଜିରୋ ପଏଂଟ ବଣଭୋଜି ସ୍ତଳ ଏହି ଇକୋ ସେନସେଟିଭ ଜୋନ ମଧ୍ୟରେ ରହିଛି। ଏଣୂ ଏଠାରେ ପିକନିକ କରିବା ପାଇଁ ଅନୁମତି କିମ୍ବା ପୋତ୍ସାହିତ କରାଯାଇପାରିବ ନାହିଁଂ। ଜିରୋ ପଏଂଟ ଅଂଚଳ ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ପାଶ୍ୱର୍ରେ ଆସୁଛି ଏବଂ ପିକନିକ ହେତୁ ହେଉଥିବା ଶଦ୍ଦ ପ୍ରଦୂଷଣ, ଜଳ ପ୍ରଦୂଷଣ ସହିତ ପ୍ଲାଷ୍ଟିକ ବ୍ୟବହାର ବନ୍ୟପ୍ରାଣୀ ମାନଙ୍କୁ ପ୍ରଭାବିତ କରିବ। ସେହିଭଳି ଏଠାକୁ ଆସୁଥିବା ଦର୍ଶକ ମାନେ ବିନା ଅନୁମତିରେ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିବାକୁ ପ୍ରୟାସ କରିବାର ନଜୀର ରହିଛି। ଏହି ସବୁ ଦୃଷ୍ଟିରୁ ଅଭୟାରଣ୍ୟର ବନ୍ୟପ୍ରାଣୀ ସମ୍ପଦର ସୁରକ୍ଷା ପରିଚାଳନା ସକାଶେ ଉକ୍ତ ଇଲାକାରେ ବଣଭୋଜି ଉପରେ ନିଷାଧାଦେଶ ଜାରୀ କରାଯାଇଥିବା ଡ଼ିଭିଜନ ପକ୍ଷରୁ କୁହାଯାଇଛି। ପୂର୍ବରୁ ଦୁଇ ବର୍ଷ ଆଗରୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ହୀରାକୁଦର ଡ଼ାହାଣ ପାର୍ଶ୍ୱ ଡ଼ାଇଜରେ ପଲିଥନ ଓ ପ୍ଲାଷ୍ଟିକ ଏବଂ ପୋଲିସ ପକ୍ଷରୁ ମଦ ନେବା ଉପରେ କଟକଣା ରହିଛି। ସୂଚନା ଯୋଗ୍ୟ ଯେ, ହୀରାକୁଦ ଡ଼ାହାଣ ପାର୍ଶ୍ୱ ଡ଼ାଇକର ଶେଷ ଭାଗରେ ଜିରୋ ପଏଂଟ ରହିଛି। ବହୁ ପିକନିକକାରୀ ଜିରୋ ପଏଂଟକୁ ନଯାଇ ସୁଦୀର୍ଘ ଡ଼ାଇଜ ଏବଂ ଏହାର ପାଶ୍ୱର୍ରେ ଜଂଗଲ ଓ ନିର୍ଦ୍ଦାରିତ ପିକନିକ ସ୍ତଳରେ ବଣଭୋଜି କରନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.