Home ଓଡ଼ିଶା ସମ୍ବଲପୁର: ହର୍ଷ ଓ ଉଲ୍ଲାସ ମଧ୍ୟରେ ଶାରଦୀୟ ଦଶହରା ସମ୍ପନ୍ନ

ସମ୍ବଲପୁର: ହର୍ଷ ଓ ଉଲ୍ଲାସ ମଧ୍ୟରେ ଶାରଦୀୟ ଦଶହରା ସମ୍ପନ୍ନ

174

ସମ୍ବଲପୁର, ୯/୧୦ (ଓଡ଼ିଆ ପୁଅ) – ପ୍ରବଳ ହର୍ଷ ଓ ଉଲ୍ଲାସ ମଧ୍ୟରେ ତଥା ଭକ୍ତି ଭାବନାର ସହିତ ସମ୍ବଲପୁର ଜିଲ୍ଲାର ପୁରପଲ୍ଲୀରେ ଶାରଦୀୟ ଦୁର୍ଗାପୂଜା ଓ ଦଶହରା ସମ୍ପନ୍ନ ହୋଇଯାଇଛି। ବର୍ଷା ଓ ମେଘାଛନ୍ନ ପରିବେଶ ସତ୍ୱେ ଏଥର ଦଶହରାର ଶେଷ ୪ ଦିନ ମନ୍ଦିର ଓ ସାର୍ବଜନୀନ ପୂଜା ମଣ୍ଡପ ମାନଙ୍କରେ ଭକ୍ତମାନଙ୍କ ଗହଳି ପରିଲକ୍ଷିତ ହୋଇଥିଲା। ଏ ବର୍ଷ ସମ୍ବଲପୁର ସହରରେ ୫୭ଟି ସ୍ଥାନକୁ ମିଶାଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ ୧୦୦ଟି ସାର୍ବଜନୀନ ମଣ୍ଡପରେ ମା’ ଜଗତ୍ଜନନୀଙ୍କୁ ପୂଜା କରାଯାଇଥିଲା। ମଣ୍ଡପ ଓ ପୀଠମାନଙ୍କରେ ଅସଂଖ୍ୟ ଭକ୍ତ ମାନସିକ ଜାଗର ପ୍ରଜ୍ୱଳନ କରିଥିଲେ। ବିଭିନ୍ନ ପ୍ରସିଦ୍ଧ ମନ୍ଦିର, ସ୍ଥାପତ୍ୟ ଓ ପ୍ରାସାଦ ଶୈଳୀରେ ପ୍ରାୟତଃ ବିଭିନ୍ନ ପୂଜା ମଣ୍ଡପକୁ ନିର୍ମାଣ କରାଯାଇଥିଲା। ଇଲେକ୍ଟ୍ରୋନିକ୍ସର ରଙ୍ଗବେରଙ୍ଗର ଆଲୋକ ଓ ମୋଡ଼େଲ ଯୋଗୁଁ ସହରର ପ୍ରାୟ ସମସ୍ତ ରାସ୍ତା ଝଲସୁଥିବା ଦେଖାଯାଇଥିଲା। ସୁନ୍ଦର ମଂଡ଼ପ ସଜା ସାଂଗକୁ ଏଥର ସାମ୍ପ୍ରତିକ ଓ ପୈାରାଣୀକ କଥାବସ୍ତୁକୁ ନେଇ କଳାକୁଞମାନ ସ୍ତାନ ପାଇଥିଲା। ଗୋଲବଜାର ଛକ, କାଳୀବାଡ଼ି, ଅଇଁଠାପାଲି, ଢ଼ୁକୁପଡ଼ା, ଧୁଚୁରାପଡ଼ା, ଜେଲଛକ ଆଜି ସ୍ଥାନରେ ବିଭିନ୍ନ ସ୍ଥାନର କଳାକାରମାନେ ପୂଜା ସମୟରେ ଭଜନ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସେହିଭଳି ବିଭିନ୍ନ ଘରମାନଙ୍କରେ କୁଳଦେବୀଙ୍କ ଦଶହରା ପୂଜା ଅନୁଷ୍ଠିିତ ହୋଇଯାଇଛି। ଗତକାଲି ସର୍ବତ୍ର ବିଜୟା ଦଶମୀ ଉତ୍ସବ ପାଳନ କରାଯାଇଥିଲା। ଏଥିସହିତ ଭଷାଣୀ ପର୍ବ ଆରମ୍ଭ ହୋଇଛି। ଦଶହରା ଯୋଗୁଁ ଏବର୍ଷ ମଧ୍ୟ ଦୂରଦୁରାନ୍ତ ସ୍ଥାନରୁ ମହିଳାମାନେ ନିଜ ମା’ ଘରକୁ ଓ ଚାକିରିଆମାନେ ପରିବାର ସହିତ ନିଜନିଜ ଘରମାନଙ୍କୁ ଆସିଥିଲେ।

ଅନ୍ୟପକ୍ଷରେ ବିଜୟା ଦଶମୀ ଦିନ ସମଲେଶ୍ୱରୀ ଓ ଅନ୍ୟାନ୍ୟ ମନ୍ଦିରରେ ରଣଜିତା ଉତ୍ସବ ଧୂମ୍ଧାମ୍ରେ ପାଳନ କରାଯାଇଥିଲା। ସପ୍ତମୀ ଠାରୁ ନବମୀ ଅର୍ଥାତ୍ ୮ ତାରିଖ ପର୍ଯ୍ୟନ୍ତ ସମଲେଶ୍ୱରୀ ଯୁବକ ସଂଘ, ହାଟପଡ଼ା, ଦଲେଇପଡ଼ା, ମୁଦିପଡ଼ା ଆଦି ବିଭିନ୍ନ ପଡ଼ାର ଏବଂ ବାଟମଂଗଳା ମନ୍ଦିରରୁ ଯୁବକମାନେ ପାରମ୍ପରିକ ଆଖଡ଼ା ସହ ସହର ପରିକ୍ରମା କରିଥିଲେ। ଏମାନଏ ଜୁଗାର ଆଦି ପୂଜା ସାମଗ୍ରୀ ନେଓ ସମଲାଇ, ପାଟଣେଶ୍ୱରୀ ପ୍ରଭୃତି ପୀଠ ଠାରେ ପୂଜା ଆରାଧନା କରିଥିଲେ। ଏ ବର୍ଷ ମଧ୍ୟ ଟ୍ରାଫିକ୍ ପୋଲିସ ପକ୍ଷରୁ ସହର ମଧ୍ୟରେ ଯାନବାହନ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଏପରିକି ତିନିଚକିଆ ଯାନ ଉପରେ ପୂଜା ସମୟରେ ସହର ମଧ୍ୟରେ ନିୟନ୍ତ୍ରଣ ଥିଲେ ମଧ୍ୟ କେତେକ ସ୍ଥଳେ ବାଇକ୍ଗୁଡ଼ିକୁ ମଧ୍ୟ ବାରଣ କରାଯାଇଥିଲା। ପାର୍କିଂ ପାଇଁ ଆବଶ୍ୟକୀୟ ବ୍ୟବସ୍ଥାର ଅଭାବରୁ ଲୋକଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ପହଂଞ୍ଚିବା ପାଇଁ ବହୁ ପରିଶ୍ରମ କରିବାକୁ ପଡ଼ିଛି। ଆଜି ଦଶମୀ ତିଥିରୁ ବସର୍ଜନ କାର୍ଯ୍ୟକ୍ରମ ଆରମ୍ବ ହୋଇଛି। ପୂଜା ସମୟରେ ଦୁଇଦିନ ସଂଧ୍ୟାରେ ଝିପିଝିପି ବର୍ଷା ହୋଇଥିଲେ ସୁଦ୍ଦା ମଂଡପ ଏବଂ ମନ୍ଦିରରେ ଦେବୀଙ୍କ ଦର୍ଶନ ସକାଶେ ଭକ୍ତମାନଙ୍କ ବ୍ୟାପକ ସମାଗମ ପରିଲକ୍ଷିତ ହୋଇଥିଲା। ତେବେ ବିଦ୍ୟୁତ ବିଭ୍ରାଟ ଯୋଗୁ ଲୋକଙ୍କି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଆଶ୍ୱୀନ ମାସ ଶୁକ୍ଲ ପକ୍ଷର ଦଶହରା ପୂର୍ଣିମା ଉତ୍ସବ ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଛି। ଏହି ଦିନ ପଶଚ୍ିମ ରଗ୍ଧ ୠଙ୍କଦ୍ଭମଗ୍ଧସକ୍ଟଦ୍ଭ ଟ୍ଟଓଡ଼ିଶାର ଗ୍ରାମ ମାନଙ୍କରେ ସ୍ୱତନ୍ତ୍ର ଯାତ୍ରା ପାରମ୍ପାରିକ ଭାବରେ ପାଳନ କରାଯାଇଥାଏ। ଏହି ଦିନ ସମଲେଶ୍ୱରୀ ରାଜରାଜେଶ୍ୱରୀ ଏବଂ ପାଟଣେଶ୍ୱରୀ, ବାଟମଂଗଳା, ବନଦୁର୍ଗା ପ୍ରଭୃତି ମନ୍ଦିରେ ଦେବୀ ସ୍ୱତନ୍ତ୍ର ବେଶରେ ଦର୍ଶନ ଦେବେ। ଏଥି ସହିତ ଦେବୀ ମନ୍ଦିରରେ ନୂତନ ଧ୍ୱଜା ବଂଧାଯିବା ନୀତି ସମ୍ପନ୍ନ କରାଯିବ।

ମୁଦିପଡ଼ା, ମନ୍ଦଲିଆ, ସାହାସପୁର, ଜମନକିରା, ଧନକଉଡ଼ା, ସାକ୍ଷୀପଡ଼ା, ଦଲେଇପଡ଼ା ରିଙ୍ଗରୋଡ଼, ସିଦ୍ଦେଶ୍ୱରବେର୍ଣ୍ଣା, ବୁର୍ଲା, ପଡ଼ିଆବାହଲ ପ୍ରଭୃତି ଅନେକ ସ୍ଥାନରେ ରାବଣ ପୋଡ଼ି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଛୋଟ ଛୋଟ ଶିଶୁମାନେ ରାମ-ଲକ୍ଷଣ-ସୀତା ଓ ହନୁମାନ ବେଶରେ ସଜ୍ଜିତ ହୋଇ ବଜାଗଜା ସହ ନିଜ ନିଜ ଅଂଚଳ ବୁଲିବା ପରେ କାର୍ଯ୍ୟକ୍ରମସ୍ଥଳରେ ପହଂଚିଥିଲେ। ଏହି ସମସ୍ତ ସ୍ଥାନରେ ଏଥର ଆଧୁନିକ ଆତସବାଜିର ଖାସ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.