Home ଜିଲ୍ଲା ପରିକ୍ରମା ବଧୂ ହତ୍ୟା ଅଭିଯୋଗରେ ସ୍ୱାମୀ ଓ ଶଶୁର କୋର୍ଟ ଚାଲାଣ

ବଧୂ ହତ୍ୟା ଅଭିଯୋଗରେ ସ୍ୱାମୀ ଓ ଶଶୁର କୋର୍ଟ ଚାଲାଣ

103

ନୟାଗଡ଼/୧୪/୦୮ (ଓଡ଼ିଆ ପୁଅ/ଦେବୀ ପ୍ରସାଦ ଆଚାର୍ଯ୍ୟ)- ନୟାଗଡ଼ ଜିଲ୍ଲା ରଣପୁର ଥାନା ମହତପଲ୍ଲା ଗ୍ରାମପଞ୍ଚାୟତ ବନ୍ଧପଲ୍ଲା ଗ୍ରାମରେ ଯୌତୁକ ପାଇଁ ଏକ ବଧୂ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ନାଲସିଂହ (ଜଗନ୍ନାଥପୁର) ଗ୍ରାମର ବୈକୁଣ୍ଠ ତାଡ। ଅଭିଯୋଗ ଅନୁଯାଇ ବୈକୁଣ୍ଠଙ୍କ ଝିଅ ମାନସୀ ତାଡ ୩ ବର୍ଷ ତଳେ ରଣପୁର ଥାନା ମହତପଲ୍ଲା ଗ୍ରାମପଞ୍ଚାୟତ ବନ୍ଧପଲ୍ଲା ଗ୍ରାମର ସଦାନନ୍ଦ ପ୍ରଧାନଙ୍କ ପୁଅ ଗଦାଧର ପ୍ରଧାନଙ୍କୁ ହିନ୍ଦୁ ରୀତିନୀତି ଅନୁଯାଇ ବିବାହ କରିଥିଲେ। ବିବାହ ସମୟରେ ବର ପକ୍ଷର ଦାବି ମୁତାବକ ୪ ଲକ୍ଷ ଟଙ୍କା ନଗଦ ଯୌତୁକ ଆକାରରେ ଦେବା ସହ ସୁନା ଗହଣା ଓ ଘରର ଯାବତ୍ୟ ସାମଗ୍ରୀ ପ୍ରଦାନ କରିଥିଲେ। ବିବାହର ୨ ବର୍ଷ ପର୍ଯ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ଚଳି ଆସୁଥିଲେ। ମାନସୀଙ୍କର ୨ ବର୍ଷର ଏକ କନ୍ୟା ସନ୍ତାନ ଥିବା ଜଣାପଡିଛି। ଅଧିକ ୨ ଲକ୍ଷ ଯୌତୁକ ଦାବି କରି ମାନସୀକୁ ଏକ ବର୍ଷ ହେବ ଶାରୀରିକ ମାନସିକ ଶାଶୁଘର ଦେଇଆସୁଥିଲେ।

ଅଧିକ ଯୌତୁକ ପାଇଁ ମାନସୀ ମନା କରିବାରୁ ଶାଶୁ ଘରର ଲୋକ ମାନେ ମାନସୀ କୁ ମାରି ଦେଇଥିବା ଅଭିଯୋଗ ହେଉଛି। ଅଗଷ୍ଟ ୧୩ ତାରିଖ ୪ ଘଟିକା ସମୟରେ ମାନସୀ ର ସ୍ୱାମୀ ଶଶୁର ବୈକୁଣ୍ଠ କୁ ତୁମ ଝିଅ ଅସୁସ୍ଥ ଅଛି ବୋଲି ଫୋନ ଯୋଗେ ଜଣାଇଥିଲେ। ମାନସୀ ପରିବାର ଲୋକ ଆସି ଦେଖିଲା ବେଳକୁ ମାନସୀ ମୃତ ଅବସ୍ଥାରେ ଘର ଚଟାଣରେ ପଡିଥିବାର ଦେଖିବାକୁ ପାଇଥିଲେ। ପୋଲିସ ଏତଲା ପାଇ ଏକ ହତ୍ୟା ମାମଲା ରୁଜୁ କରିବା ସହ ରଣପୁର ଥାନା ନିରୀକ୍ଷକ ନିହାର ରଞ୍ଜନ ମହାନ୍ତି ମାନସୀ ର ସ୍ୱାମୀ ଗଦାଧର ପ୍ରଧାନ ଓ ଶଶୁର ସଦାନନ୍ଦ ପ୍ରଧାନଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିବା ଜଣାପଡିଛି। ଅପରପକ୍ଷେ ମାନସୀର ଶବକୁ ଜବତ କରି ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଞ୍ଚନାମା ପରେ ମାନସୀ ପରିବାର କୁ ଶବ ହସ୍ତାନ୍ତର କରିଥିବା ପୋଲିସ ସୂତ୍ରରୁ ପ୍ରକାଶ। ଅଭିଯୁକ୍ତ ୨ ଜଣଙ୍କ ଜାମିନ୍ ନାମଞ୍ଜୁର ହେବାରୁ ରଣପୁର ଜେଲ ହାଜତକୁ ପଠା ଦିଆଯାଇଛି। ଅଭିଯୁକ୍ତ ଙ୍କୁ ଅଦାଲତ ଚାଲାଣ ପରେ ଅଧିକ ତଦନ୍ତ ପାଇଁ ପୋଲିସ ଶବ ପଞ୍ଚନାମା ରିପୋର୍ଟ କୁ ଅପେକ୍ଷା କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.