Home କୋରାପୁଟ ବଜ୍ରପାତରେ ଗାଈ ମୃତ, ଯୁବତୀ ଗୁରୁତର

ବଜ୍ରପାତରେ ଗାଈ ମୃତ, ଯୁବତୀ ଗୁରୁତର

976

କୋରାପୁଟ ୨୭-୦୫-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ବୈପାରିଗୁଡା ବ୍ଲକ ଦଣ୍ଡାବାଡି ପଂଚାୟତର ପଣସପୁଟ ଗ୍ରାମରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଗୋଟିଏ ଗାଇର ମୃତ୍ୟୁ ହୋଇଥିବାବେଳେ ଗାଇ ମାଲିକଙ୍କ ନାତୁଣୀ ଗୁରୁତର ଆହତ ହୋଇ ଥିବା ଜଣାପଡିଛି। ଆଜି ଅପରହ୍ନ୍ନରେ ବୈପାରିଗୁଡା ଅଂଚଳରେ କାଳବୈଶାଖୀ ଯୋଗୁଁ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା। ସେହି ସମୟରେ ପଣସପୁଟ ଗ୍ରାମର ଗଙ୍ଗାଧର ସଗରିଆଙ୍କ ଗୁହାଳ ନିକଟରେ ବଜ୍ରପାତ ହୋଇଥିଲା। ଫଳରେ ଗୁହାଳରେ ବନ୍ଧା ହୋଇଥିବା ଏକ ଗାଇର ମୃତ୍ୟୁ ହୋଇଥିବାବେଳେ ଗୁହାଳ ନିକଟ ଘରେ ଥିବା ଗଙ୍ଗାଧରଙ୍କ ନାତୁଣୀ ରକ୍ମୁଣୀ(୧୭) ଗୁରୁତର ଆହତ ହୋଇଥିଲେ। ପରିବାର ଲୋକ ରୁକ୍ମୁଣୀକୁ ତୂରନ୍ତ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଇଥିଲେ। ବଜ୍ରାଘାତ ଯୋଗୁଁ ରୁକ୍ମୁଣୀଙ୍କ ଡାହାଣ ହାତ କାମ କରୁନଥିବା ଜଣା ପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.