Home Top News ବଜେଟ୍ ୨୦୨୩ : ଆୟକର ସ୍ଲାବରେ ବଡ଼ ପରିବର୍ତ୍ତନ – ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ...

ବଜେଟ୍ ୨୦୨୩ : ଆୟକର ସ୍ଲାବରେ ବଡ଼ ପରିବର୍ତ୍ତନ – ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଆୟକର ନାହିଁ

188

ନୂଆ ଦିଲ୍ଲୀ ୧-୨ (ଓଡ଼ିଆ ପୁଅ) କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ସମ୍ପୂର୍ଣ୍ଣ ବଜେଟ୍ ଥିଲା। ଚଳିତ ବର୍ଷର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବିତ୍ତଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ବର୍ତ୍ତମାନ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ଲୋକଙ୍କ ଉପରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ। ଏହି ସୀମା ପୂର୍ବରୁ ୫ ଲକ୍ଷ ଟଙ୍କା ଥିଲା।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ନୂତନ ଟିକସ ବ୍ୟବସ୍ଥାରେ ଟିକସ ଛାଡ ପାଇଁ ବାର୍ଷିକ ଆୟ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରାଯାଇଛି। ସେହିଭଳି ପୁରୁଣା ଶାସନର ଟ୍ୟାକ୍ସ ସ୍ଲାବରେ ୨.୫ ଲକ୍ଷ ଟଙ୍କା ବଦଳରେ ବର୍ତ୍ତମାନ ୩ ଲକ୍ଷ ଟଙ୍କା ଆୟ ଉପରେ କୌଣସି ଟିକସ ଦେବାକୁ ପଡିବ ନାହିଁ।

ନୂତନ ଟ୍ୟାକ୍ସ ସ୍ଲାବ୍

ଆୟ ଟଙ୍କାରେ – ୦- ୩ ଲକ୍ଷ-ଶୂନ,

ଆୟ ଟଙ୍କାରେ – ୩-୬ ଲକ୍ଷ- ୫%

ଆୟ ଟଙ୍କାରେ – ୬-୯ ଲକ୍ଷ- ୧୦%,

ଆୟ ଟଙ୍କାରେ – ୯-୧୨ ଲକ୍ଷ – ୧୫%

ଆୟ ଟଙ୍କାରେ – ୧୨-୧୫ ଲକ୍ଷ- ୨୦%

୧୫ ଲକ୍ଷରୁ ଅଧିକ – ୩୦%

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.