ad
ଓଡ଼ିଶା

ବଜେଟରେ ବିମାନ ଚଳାଚଳ, ମିଡିଆ ଏବଂ ବୀମା କ୍ଷେତ୍ରରେ ବୈଦେଶିକ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ବୃଦ୍ଧି ପ୍ରସ୍ତାବ

– ବୀମା ମଧ୍ୟସ୍ଥଙ୍କ ପାଇଁ ୧୦୦ ପ୍ରତିଶତ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି ନିବେଶ ଅନୁମତି ପ୍ରସ୍ତାବ
– ସିଙ୍ଗଲ ବ୍ରାଣ୍ଡ ଖୁଚୁରା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ପାଇଁ ଆଂଚଳିକ ସମ୍ବଳ ଉପଯୋଗ ନିୟମରେ କୋହଳ ପ୍ରସ୍ତାବ
– ଏଫପିଆଇ ଲାଗି ପ୍ରଚଳିତ କେୱାଇସି ନିୟମକୁ ନିବେଶକମାନଙ୍କ ପାଇଁ ସୁଗମ କରାଯିବ

ନୂଆ ଦିଲ୍ଲୀ ୬-୭ (ଓଡ଼ିଆ ପୁଅ) ବୀମା ମଧ୍ୟସ୍ଥଙ୍କ କ୍ଷେତ୍ରରେ ୧୦୦ ପ୍ରତିଶତ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି ନିବେଶ ଲାଗି ଚିନ୍ତା କରାଯାଉଛି। ସଂସଦରେ କେନ୍ଦ୍ର ବଜେଟ ୨୦୧୯-୨୦ ଉପସ୍ଥାପିତ କରିବା ସମୟରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତି ନିର୍ମଳା ସୀତାରମଣ ଏହା ପ୍ରକାଶ କରିଛନ୍ତି। ସେ ପୁନଶ୍ଚ ପ୍ରସ୍ତାବ ପ୍ରଦାନ କରିଥିଲେ ଯେ ସିଙ୍ଗଲ ବ୍ରାଣ୍ଡ ଖୁଚୁରା କ୍ଷେତ୍ରରେ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ ଲାଗି ଆଂଚଳିକ ସମ୍ବଳ ଉପଯୋଗ ନିୟମକୁ କୋହଳ କରାଯିବ।

ଅର୍ଥମନ୍ତ୍ରୀ ମଧ୍ୟ କହିଲେ ଯେ ବୈଶ୍ୱିକ ବିରୋଧ ସତ୍ୱେ ଭାରତକୁ ପ୍ରତ୍ୟକ୍ଷ ବୈଦେଶିକ ନିବେଶର ପ୍ରବାହ ବୃଦ୍ଧି ହୋଇଛି। ବୈଶ୍ୱିକ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି ନିବେଶ ୨୦୧୮ରେ ଶତକଡା ୧୩ ପ୍ରତିଶତ ହ୍ରାସ ହୋଇଛି। ୨୦୧୬ରେ ଏହା ୧.୫ ଟ୍ରିଲିଅନ ଆମେରିକୀୟ ଡଲାର ଥିଳାବେଳେ ୨୦୧୭ରେ ଏହା ୧.୩ ଟ୍ରିଲିଅନ ଆମେରିକୀୟ ଡଲାରକୁ ହ୍ରାସ ପାଇଛି। କ୍ରମାଗତ ତୃତୀୟ ବର୍ଷ ପାଇଁ ଏଥିରେ ହ୍ରାସ ଘଟିଛି।

ଅର୍ଥମନ୍ତ୍ରୀ ପୁନଶ୍ଚ କହିଲେ ଯେ ୟୁଏନସିଟିଏଡିର ବିଶ୍ୱ ନିବେଶ ରିପୋର୍ଟ ଅନୁଯାୟୀ ଭାରତର ଏଫଡିଆଇ ପ୍ରବାହ ୨୦୧୮-୧୯ରେ ୬୪.୩୭୫ ବିଲିଅନ ଆମେରିକୀୟ ଡଲାର ରହିଛି ଏବଂ ଗତ ବର୍ଷ ତୁଳନାରେ ଏଥିରେ ୬ ପ୍ରତିଶତ ବୃଦ୍ଧି ହୋଇଛି। ଭାରତକୁ ଏଫଡିଆଇ କ୍ଷେତ୍ରରେ ଅଧିକ ଆକର୍ଷଣୀୟ ଲକ୍ଷ୍ୟସ୍ଥଳରେ ପରିଣତ କରିବା ପାଇଁ ଅଧିକ କାର୍ଯ୍ୟ କରିବା ଲାଗି ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ।

୧) ବିମାନ ଚଳାଚଳ, ଗଣମାଧ୍ୟମ (ଆନିମେସନ, ଏଭିଜିସି) ଏବଂ ବୀମା କ୍ଷେତ୍ରରେ ବୈଦେଶିକ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ବୃଦ୍ଧି କରିବା ପାଇଁ ସରକାର ସମସ୍ତ ଅଂଶୀଦାରମାନଙ୍କ ସହ ପରାମର୍ଶ କ୍ରମେ ବିଭିନ୍ନ ପ୍ରସ୍ତାବର ପରୀକ୍ଷଣ କରିବେ।

୨) ବୀମା ମଧ୍ୟସ୍ଥଙ୍କ ପାଇଁ ୧୦୦ ପ୍ରତିଶତ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶର ଅନୁମତି ପ୍ରଦାନ କରାଯିବ।

୩) ସିଙ୍ଗଲ ବ୍ରାଣ୍ଡ ଖୁଚୁରା ବିକ୍ରୟ କ୍ଷେତ୍ରରେ ଏଫଡିଆଇ ପାଇଁ ଆଂଚଳିକ ସମ୍ବଳର ବ୍ୟବହାର ନିୟମକୁ କୋହଳ କରାଯିବ।

୪) ଆରଇଆଇଟିଏସ ଓ ଆଇଏନଭିଆଇଟିଏସ ଦ୍ୱାରା ତାଲିକା ଭୁକ୍ତ ଋଣ ପ୍ରତିଭୂତି ଗୁଡ଼ିକର ଗ୍ରାହକତା ପାଇଁ ଏଫଡିଆଇ ଗୁଡିକୁ ଅନୁମତି ପ୍ରଦାନ କରାଯିବ।

ଅର୍ଥମନ୍ତ୍ରୀ କହିଲେ ଯେ ଏବେ ସମୟ ଆସିଯାଇଛି କି ଭାରତ କେବଳ ବୈଶ୍ୱିକ ଦ୍ରବ୍ୟ ଓ ସେବା ଉତ୍ପାଦନ ମୂଲ୍ୟ ଶୃଙ୍ଖଳ ସହିତ ସମନ୍ୱିତ ହେବ ନାହିଁ, ବରଂ ବୈଶ୍ୱିକ ସଂଚୟ, ଆନୁଷ୍ଠାନିକ ପେନସନ ବ୍ୟବସ୍ଥା, ବୀମା ଓ ସାର୍ବଭୌମ ଅର୍ଥ ଅନୁଦାନକୁ ସଙ୍ଗଠିତ କରିବା ଲାଗି ବୈଶ୍ୱିକ ଆର୍ଥିକ ପ୍ରକ୍ରିୟାର ଅଂଶବିଶେଷ ହେବ। ଜାତୀୟ ଭିତିଭୂମି ନିବେଶ ଅନୁଦାନ (ଏନଆଇଆଇଏଫ)ର ବ୍ୟବହାର ମାଧ୍ୟମରେ ସରକାର ଚଳିତ ବର୍ଷ ଶେଷ ବେଳକୁ ଭାରତରେ ବାର୍ଷିକ ବୈଶ୍ୱିକ ନିବେଶକ ସମ୍ମିଳନୀର ଆୟୋଜନ ପାଇଁ ଚିନ୍ତା କରୁଛନ୍ତି। ଏଥିରେ ପ୍ରମୁଖ ଶିଳ୍ପପତି/ କର୍ପୋରେଟ ମୁଖ୍ୟ, ପ୍ରମୁଖ ପେନସନ/ବୀମା, ସାର୍ବଭୌମ ସମ୍ପଦ ଅନୁଦାନ ଏବଂ ପ୍ରମୁଖ ଡିଜିଟାଲ ବୈଷୟିକ ଜ୍ଞାନ/ଭେଂଚର ଅନୁଦାନ ଆଦି ଏଥିରେ ସାମିଲ ହେବେ।

ଅର୍ଥମନ୍ତ୍ରୀ କହିଲେ ଯେ ସୀମାପାର ନିବେଶକୁ ଆକର୍ଷିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରିମାପକ ହେଲା ଏଫପିଆଇ ମାନଙ୍କରେ ନିବେଶ ଯୋଗ୍ୟ ଷ୍ଟକର ଉପଲବ୍ଧତା। କେନ୍ଦ୍ର ବଜେଟ ୨୦୧୯-୨୦ ଏକ କମ୍ପାନୀରେ ଏଫପିଆଇ ନିବେଶର ବୈଧାନିକ ସୀମାକୁ ୨୪ ପ୍ରତିଶତରୁ କ୍ଷେତ୍ରୀୟ ବୈଦେଶିକ ନିବେଶ ସୀମା ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ପ୍ରଦାନ କରିଛି। ସଂପୃକ୍ତ କର୍ପୋରେଟ ହାଉସମାନଙ୍କୁ ଏକ ନିମ୍ନ ସୀମା ଧାର୍ଯ୍ୟ କରିବା ପାଇଁ ବିକଳ୍ପ ବ୍ୟବସ୍ଥା ପ୍ରଦାନ କରାଯାଇଛି।

ଅର୍ଥମନ୍ତ୍ରୀ କହିଲେ ଯେ ଭାରତୀୟ ଅର୍ଥନୀତିକୁ ଏକ ପ୍ରମୁଖ ପୁଞ୍ଜିର ସ୍ରୋତ ଭାବେ ମୁକ୍ତ ବୈଦେଶିକ ବିଭାଗୀୟ ନିବେଶର ଅନୁଭବକୁ ସନ୍ତୁଳିତ କରିବାକୁ ନିଶ୍ଚିତ କରିବାକୁ ପଡିବ। ଏଥିପାଇଁ ଏଫପିଆଇ ଲାଗି ପ୍ରଚଳିତ କେୱାଇସି ନିୟମର ଯୁକ୍ତିକରଣ କରାଯାଇ ସୀମା ପାର ପୁଞ୍ଜି ପ୍ରବାହର ସମନ୍ୱୟ କ୍ଷେତ୍ରରେ କୌଣସି ବାଧା ବିନା ଏହାକୁ ନିବେଶକମାନଙ୍କ ପାଇଁ ସୁଗମ କରାଯିବ। ଭାରତୀୟ ଅଂଶଧନକୁ ପ୍ରବାସୀମାନଙ୍କ ଅବାଧ ଅବଦାନ ଲାଗି ପ୍ରବାସୀ ପୋର୍ଟଫୋଲିଓ ନିବେଶ ରୁଟ ଓ ବୈଦେଶିକ ପୋର୍ଟଫୋଲିଓ ନିବେଶ ରୁଟକୁ ଏକାଠି କରିବା ପାଇଁ ଅର୍ଥମନ୍ତ୍ରୀ ପୁନଶ୍ଚ ପ୍ରସ୍ତାବ ଦେଇଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top