Home ଓଡ଼ିଶା କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ; ଆମ୍ବୁଲାନ୍ସ ପାଇଁ ପୁଣି...

କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ; ଆମ୍ବୁଲାନ୍ସ ପାଇଁ ପୁଣି ଶବ ୩ ଘ. ପଡି ରହିଲା

493

କୋରାପୁଟ ୦୬-୦୭ (ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଆମ୍ବୁଲାନ୍ସ ପାଇଁ ଅଭାବନୀୟ ଘଟଣା ବାରମ୍ବାର ହେଉଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଉଛି।ମାଲାକାନଗିରି ଜିଲ୍ଲା କାଲିମେଳା ନିକଟ ପେଦାବାଡା ଗ୍ରାମର ଗଙ୍ଗା ମାଢୀଙ୍କ କନ୍ୟା ପୂର୍ଣ୍ଣିମା ମାଢି କୋରାପୁଟ ହସପିଟାଲରେ ମେଂଜାଟାଇସ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ।ଆଜି ସଂଧ୍ୟା ୬ଘ.୪୫ମିନିଟରେ ମୃତ୍ୟୁବରଣ କରିଥିଲେ।ଏହି ଖବର ଜାଣିବାପରେ କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ତୁରନ୍ତ ଆମ୍ବୁଲାନ୍ସରେ ପଠାଇବାର ବନ୍ଦୋବସ୍ତ କରିବାକୁ ଜିଲ୍ଲା ଜରୁରୀକାଳୀନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।ତତନୁସାରେ ଜିଲ୍ଲା ଜରୁରୀକାଳୀନ ବିଭାଗର ପି.କେ.ସାମଲ ହସପିଟାଲ ଆସି ବନ୍ଦୋବସ୍ତ କରିଥିଲେ।ଖବର ଲେଖାହେଲା ବେଳକୁ ମୃତଦେହ ଶିଶୁ ଓାର୍ଡରେ ପଡିରହିଥିବା ଜଣାପଡିଛି।ଆମ୍ବୁଲାନ୍ସ ଅଛି କିନ୍ତୁ ଯିବାରେ କାହିଁକି ବିଳମ୍ବ କରାଯାଉଛି ତାହା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।ଏଥିପୂର୍ବରୁ ନନ୍ଦପୁରର ଏକ ମହିଳାଙ୍କ ମୃତଦେହ ୮ ଘ. ବାରଣ୍ଡାରେ ପଡିବା ପରେ ଏକ ବେସରକାରୀ ଆମ୍ବୁଲାନ୍ସରେ ପରିବାର ଲୋକେ ମୃତଦେହ ନେଇଥିଲେ।କାହିଁକି ବାରମ୍ବାର ପେରି ଅଭାବନୀୟ ଘଟଣା ହେଉଛି ତାହାର ବିଧିବଦ୍ଧ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.