Home ଓଡ଼ିଶା ଫନି ରାଜ୍ୟରେ ରଚିଲା ତାଣ୍ଡବ, ୧୧ ମୃତ, ବହୁ କ୍ଷୟଷତି – ଉତ୍ତର ଓଡ଼ିଶାରେ ପ୍ରବଳ...

ଫନି ରାଜ୍ୟରେ ରଚିଲା ତାଣ୍ଡବ, ୧୧ ମୃତ, ବହୁ କ୍ଷୟଷତି – ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଓ ପବନ

4068

ଭୁବନେଶ୍ୱର ୪ ମଇ (ଓଡ଼ିଆ ପୁଅ) – ସାମୁଦ୍ରିକ ବାତ୍ୟା ଫନି ସାରା ରାଜ୍ୟରେ ତାଣ୍ଡବ ରଚିଛି। ଫନି ଯୋଗୁଁ ଉପକୂଳ ଓଡ଼ିଶାର କ୍ଷୟକ୍ଷତି ପ୍ରବଳ ହୋଇଥିବା ବେଳେ, ଓଡ଼ିଶା ବାସୀ ଏତେ ଭୟଙ୍କର ତାଣ୍ଡବଲୀଳାକୁ ସାହସିକତାର ସହିତ ସାମନା କରିଛନ୍ତି। ଫନି ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରାୟ ୮ ଜଣଙ୍କର ମୃତ୍ୟୁଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ପୁରୀ, ଭୁବନେଶ୍ୱର ସମେତ ଜଗତସିଂହପୁର କେନ୍ଦ୍ରାପଡ଼ାରେ ଲକ୍ଷାଧିକ ଘରଦ୍ୱାର ଭାଙ୍ଗି ଯାଇଥିବା ସୂଚନା ରହିଛି। ବର୍ତ୍ତମାନ ଏହି ମହା ବାତ୍ୟା ଆମ ରାଜ୍ୟରେ ବହୁ କ୍ଷୟକ୍ଷତି ଘଟାଇବା ପରେ ଏହା ପଶ୍ଚିମବଙ୍ଗ ଆଡକୁ ଗତି କରିଛି। ଏହାର ପ୍ରଭାବରେ ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ ପ୍ରବଳ ପବନ ଓ ବର୍ଷା ଆରମ୍ଭ ହୋଇଛି। ସେହିପରି ଆଜି ଫନି ବାଂଲାଦେଶ ଛୁଇଁବାର ସମ୍ଭାବନା ରହିଛି। ଫଳର ବାଙ୍ଗ୍ଲାଦେଶ ସରକାର ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଯାଗାକୁ ସ୍ଥାନାନ୍ତରିତ କରିଛନ୍ତି।

ଗତକାଲି ସକାଳ ୮ ଟାରେ ପୁରୀରେ ଫନିର ଲାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ଏହା ଦିନ ପ୍ରାୟ ୧୦ଟା ପାଖାପାଖି ସମୟରେ ଫନିର ଆଖି ସ୍ଥଳଭାଗ ଛୁଇଁଥିଲା। ଏହି ସମୟରେ ପୁରୀରେ ପବନର ବେଗ ଘଣ୍ଟାପ୍ରତି ୧୭୫ କିମିରୁ ୨୦୦ କିମି ରହିଥିଲା। ସେହିଭଳି ଭୁବନେଶ୍ୱରରେ ମଧ୍ୟ ୧୭୫ କିମି ବେଗରେ ପବନ ବହିଥିଲା। ଏହା ଫଳରେ ଏଠାରେ ପ୍ରବଳ କ୍ଷୟକ୍ଷତି ହୋଇଥିଲା। ସକାଳୁ ଚନ୍ଦ୍ରଭାଗାରେ ଆରମ୍ଭ ହୋଇଥିଲା ମହା ତାଣ୍ଡବ। ଏହି ଝଡ଼ର ଗର୍ଜନ ସବୁଠାରୁ ଅଧିକା ଭୟଙ୍କର ଥିଲା। ପୁରୀ ବଡ ଦାଣ୍ଡରେ ଭୟଙ୍କର ପରିସ୍ଥିତି ଥିଲା। କେଉଁଠି କ୍ୟାବିନ୍ ଉଡ଼ୁଥିଲା ତ କେଉଁଠି ଛାତ ଉଡ଼ୁଥିଲା। ଛପର ଘର, ଚଦର ଘରର ଛାତ ଉଡ଼ିବା ଥିଲା ସବୁଠାରୁ ଭୟାନକ ଛିତ୍ର। ପୁରୀ ସହରରେ ସବୁଠି ଦେଖିବାକୁ ମିଳିଛି ଧ୍ବସ୍ତବିଧ୍ବସ୍ତର ଚିତ୍ର। ଫନିର କବଳରେ ବଦଳିଯାଇଛି ପୁରୀର ଚିତ୍ର। ଘରଦ୍ବାର ଦୋକାନ ବଜାର ସବୁ କିଛି କ୍ଷତିଗ୍ରସ୍ତ ବହୁ ଧନସମ୍ପତ୍ତି ନଷ୍ଟ ହୋଇଯାଇଛି। ବଡ଼ ବଡ଼ ଗଛ, ଘର ସବୁ ବାତ୍ୟାରେ ଟଳି ପଡ଼ିଛି। ବାତ୍ୟାର କରାଳ ରୂପ ଦେଖି ଲୋକେ କେବଳ ଭଗବାନଙ୍କର ଆଶ୍ରାରେ ଥିଲେ। ପବନ ସାଙ୍ଗକୁ ବର୍ଷା ସମଗ୍ର ପୁରୀକୁ କରିଥି ଦେଇଛି ଅସ୍ତବ୍ୟସ୍ତ। ଦଶଟା ବେଳକୁ ଫନି ମୁଁହାଇଥିଲା ଭୁବନେଶ୍ବର ଆଡକୁ। ପବନ ରଚିଲା ପ୍ରଳୟ, ମାଡି ଆସିଲା ଝଡ। କେଉଁଠି ସ୍କୁଲ ବସ୍ ଉଡ଼ୁଥିଲା ତ କେଉଁଠି ଇନ୍ଷ୍ଟିଚ୍ୟୁଟ୍ ର ଠାତ ଉଡ଼ୁଥିଲା। କେଉଁଠି ବିଦ୍ୟୁତ ଖୁଣ୍ଟ ଉପୁଡ଼ି ଯାଇଥିଲା ତ କେଉଁଠି ଟାୱାର ଭାଙ୍ଗିଯାଇଥିଲା। କେଉଁଠି କ୍ରେନ୍ ପଡ଼ି ଅନ୍ୟ ଘର ଭାଙ୍ଗିଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ତଳିଆ ଅଂଚଳରେ ପାଣି ପଶିଯାଇଥିଲା। ରାସ୍ତା ଊପରେ ଶହଶହ ଗଛ ଭାଙ୍ଗି ପଡ଼ିଥିଲେ। ବାତ୍ୟାରେ ପୁରୀ ଓ ଭୁବନେଶ୍ବର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ମୋବାଇଲ୍ ଏବଂ ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ହୋଇଛି। ପ୍ରାଥମିକ ଅନୁସଂଧାନରୁ ଏହି ବାତ୍ୟାରେ ପ୍ରାୟ ୧୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତ ଅଂଚଳଗୁଡିକରେ ରାସ୍ତା ଊପରେ ଗଛ ପଡି ରହିଥିବାରୁ ଏଗୁଡିକୁ ତୁରନ୍ତ ହଟାଇବା ପାଇଁ ଗଛ କଟା ଆରମ୍ଭ ହୋଇଛି। ଯାଜପୁରରେ ଗଛ ପଡ଼ି ତିନିଜଣଙ୍କର ମୃତ୍ୟୁ ହୋଇଯାଇଛି। ବାରିପଦାରେ ଗଛ ପଡି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଯାଜପୁର ଜିଲ୍ଲାରେ ଫନିର ପ୍ରଭାବ ଦେଖିବାକୁ ମିଳିଥିଲା। ଜିଲ୍ଲାରେ ୧୨୦ କମିରୁ ଊର୍ଦ୍ଧ ବେଗରେ ପବନ ବୋହିଥିଲା। ରାସ୍ତାରେ ବହୁ ଗଛ ପଡିଛି। ଏନଡିଆରଏଫ ଟିମ ପକ୍ଷରୁ କଟର ସହାଯାତରେ ଗଛ କଟା ଯାଉଛି। ବହୁ ଯାଗାରେ ଚାଳ ଘର ଊଡିଯାଇଛି।

ଭଦ୍ରକ, ବାଲେଶ୍ୱର ଓ ମୟୂରଭଂଜରେ ପ୍ରବଳ ବେଗରେ ପବନ ହୋଇଛି। ମୟୁରଭଞ୍ଜ ଜିଲ୍ଲାରେ ପବନ ଓ ବର୍ଷା ବୃଦ୍ଧି ପାଇବାରେ ଲାଗିଛି। ବାହାରକୁ ନଯିବାକୁ ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଯୋଗେ ସଚେତନ କରାଯାଉଛି। ପ୍ରାୟ ୪୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାର ବାରିପଦା, ମୋରଡା ଓ ଏହା ପାଖାପାଖି ଅଂଚଳରେ ଝଡ଼ତେଫାନ ହୋଇଛି। ଏହା ପୂର୍ବରୁ ବାତ୍ୟା କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର ଜିଲ୍ଲାରେ ପ୍ରଳୟ ରଚନା କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.