Home ଅପରାଧ ଦେଉଳୀ ପାହାଡରୁ ମହିଳାଙ୍କ ମୃତ ଦେହ ସହିତ ମୂମୂର୍ଷୁ ଅବସ୍ଥାରେ ଯୁବତୀ ଉଦ୍ଧାର, ଗଣଦୃର୍ଷ୍କମ ସନ୍ଦେହ

ଦେଉଳୀ ପାହାଡରୁ ମହିଳାଙ୍କ ମୃତ ଦେହ ସହିତ ମୂମୂର୍ଷୁ ଅବସ୍ଥାରେ ଯୁବତୀ ଉଦ୍ଧାର, ଗଣଦୃର୍ଷ୍କମ ସନ୍ଦେହ

2158

ବାଲେଶ୍ୱରରେ ଧର୍ମଶାଳାର ଯୁବକଙ୍କୁ ହତ୍ୟା ସନ୍ଦେହ
ଯାଜପୁର, ୪/୫ (ଓଡ଼ିଆ ପୁଅ/ମାନସ ରାଉତ) ଗୋଟେ ପଟେ ରାଜ୍ୟରେ ଫନି ନିଜର ତାଣ୍ଡବ ରଚିଥିବା ବେଳେ ଅନ୍ୟ ବେଳେ ଅସାମାଜିକ କିଛି ବର୍ବରଚିତ ଅମାନବିକ ଅବରାଧିମାନେ ଯାଜପୁର ଜିଲ୍ଲାର ଦେଉଳୀ ପାହାଡରେ ତାଣ୍ଡବ କରିଛନ୍ତି। ଧର୍ମଶାଳା ଅଞ୍ଚଳର ଜଣେ ଯୁବକଙ୍କୁ ବାଲେଶ୍ୱରରେ ହତ୍ୟା କରାଯାଇଥିବା ବେଳେ ଗତକାଲି ଦେଉଳୀ ପାହାଡରେ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଏଥି ସହିତ ଜଣେ ଯୁବତୀଙ୍କ ମୂମୂର୍ଷୁ ଅବସ୍ଥାରେ ଆଜି ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ଧର୍ମଶାଳା ପୋଲିସ ପ୍ରାଥମିକ ତଦନ୍ତ କରିଥିବା ବେଳେ ଯୁବତୀ ଏବଂ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ସନ୍ଦେହ ଉପୁଜିଛି। ତେବେ ଘଟଣା କିଏ ଘଟାଇଲା ଓ କିଭଳି ସେଠାକୁ ନେଇ ଏଭଳି ଜଘନ୍ୟ କାଣ୍ଡ ଘଟାଇଲେ ତାହାକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଅପରାଧି ମାନେ ଫନୀର ତାଣ୍ଡବ ମଧ୍ୟରେ ଏସବୁ ଅତି ସୁରୁଖୁରୁରେ କରି ଫେରାର ହୋଇଯିବାରେ ସକ୍ଷମ ହୋଇଥିବା ବେଳେ ଏହି ଘଟଣାରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ରହିଥିବା ଅନୁମାନ କରାଯାଉଛି। ତୁରନ୍ତ ପୋଲିସ ଅପରାଧିଙ୍କୁ ଗିରଫ କରିବାକୁ ସବୁ ମହଲରେ ଦୃଢ଼ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.