Home ଓଡ଼ିଶା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦରୁ ନୃପେନ୍ଦ୍ର ମିଶ୍ରଙ୍କ ଅବ୍ୟାହତି

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦରୁ ନୃପେନ୍ଦ୍ର ମିଶ୍ରଙ୍କ ଅବ୍ୟାହତି

237

ନୂଆ ଦିଲ୍ଲୀ ୩୧-୮ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ନୃପେନ୍ଦ୍ର ମିଶ୍ର ତାଙ୍କ ଦାୟିତ୍ୱରୁ ଅବ୍ୟାହିତ ନେବା ଲାଗି ଇଚ୍ଛା ବ୍ୟକ୍ତ କରିଛନ୍ତି। ଦୁଇ ସପ୍ତାହ ପାଇଁ ପଦବୀରେ ରହିବା ଲାଗି ପ୍ରଧାନମନ୍ତ୍ରୀ ତାଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ୧୯୭୭ ବ୍ୟାଚର ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ପି.କେ ସିହ୍ନାଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ଦାୟିତ୍ୱ ଅଧିକାରୀ ଭାବେ ପ୍ରଧାନମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି।

ଏକ ବିବୃତିରେ ଶ୍ରୀ ନୃପେନ୍ଦ୍ର ମିଶ୍ର କହିଛନ୍ତି :

“ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧୀନରେ ଦେଶ ସେବା କରିବାର ସୁଯୋଗ ପାଇବା ଗୌରବର ବିଷୟ। ଏହି ଅବସର ପାଇଁ ମୁଁ ତାଙ୍କ ନିକଟରେ ଚିରକୃତଜ୍ଞ ତଥା ସେ ସବୁବେଳେ ମୋ ହୃଦୟରେ ରହିବେ।

ପାଂଚ ବର୍ଷରୁ ଅଧିକ ସମୟ ଧରି ନିଜର ପ୍ରତ୍ୟେକଟି ମୁହୂର୍ତ ଓ ଚିନ୍ତାଧାରାକୁ ନିୟୋଜିତ କରି କାର୍ଯ୍ୟ କରିବାକୁ ମୁଁ ଉପଭୋଗ କରିଛି। ଏହା ଏକ ସନ୍ତୋଷଜନକ ଯାତ୍ରା ଥିଲା। ଏବେ ଆଗକୁ ଯିବା ଲାଗି ମୋ ପାଇଁ ସମୟ ଆସିଛି, ମୁଁ ଆଗକୁ ମଧ୍ୟ ଜନସାଧାରଣଙ୍କ କଲ୍ୟାଣ ଓ ଜାତୀୟ ସ୍ୱାର୍ଥ ପାଇଁ କାମ କରିବା ଜାରି ରଖିବି। ସରକାରରେ ଏବଂ ବାହାରେ ଥିବା ମୋର ସହକର୍ମୀ, ବନ୍ଧୁ ଓ ମୋ ପରିବାର ସଦସ୍ୟମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଆମ ଦେଶକୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ବାଟ କଢ଼େଇ ନେଉଥିବା ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସଫଳତା ପାଇଁ ମୁଁ କାମନା କରୁଛି।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.