ad
ଓଡ଼ିଶା

ସମୟ ପୂର୍ବରୁ ପ୍ରକାଶ ପାଇଲା CBSEର ଦଶମ ଶ୍ରେଣୀ ପରୀକ୍ଷା ଫଳ

ନୂଆ ଦିଲ୍ଲୀ ୬-୫ (ଓଡ଼ିଆ ପୁଅ) ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛିଛି। ସୂଚନାଯୋଗ୍ୟଯେ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ୨ ମଇରେ ହିଁ ପ୍ରକାଶ କରାଯାଇଥିଲା। CBSE ଦଶମ ଶ୍ରେଣୀର ପରୀକ୍ଷା ୨୯ ମାର୍ଚ୍ଚରେ ସମ୍ପର୍ଣ୍ଣ ହୋଇଥିଲା। ଚଳିତ ବର୍ଷ ୧୮.୧୯ ଲକ୍ଷ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଥିଲେ। ଦଶମ ଶ୍ରେଣୀ ପରୀକ୍ଷାରେ ୯୧.୧ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ୧୩ ଜଣ ଛାତ୍ରଛାତ୍ରୀ ୪୯୯ ନମ୍ବର ରଖି ଟପର ହୋଇଛନ୍ତି। ୨୪ ଜଣ ଛାତ୍ରଛାତ୍ରୀ ୪୯୮ ନମ୍ବର ରଖି ଦ୍ୱିତୀୟ ସ୍ଥାନରେ ଥିବା ବେଳେ, ୫୮ ଜଣ ଛାତ୍ରଛାତ୍ରୀ ୪୯୭ ନମ୍ବର ରଖି ତୃତୀୟ ସ୍ଥାନରେ ଅଛନ୍ତି।

ତ୍ରିବେନ୍ଦ୍ରମରେ ୯୯.୮୫ ପ୍ରତିଶତ, ଚେନ୍ନାଇରେ ୯୯ ପ୍ରତିଶତ ଏବଂ ଆଜମେରରେ ୯୫.୮୯ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି।

ଛାତ୍ରଛାତ୍ରୀମାନେ ସେମାନଙ୍କର ପରୀକ୍ଷା ଫଳ ଦେଖିବା ପାଇଁ cbseresults.nic.in ଏବଂ cbse.nic.inରେ ଲଗ୍ ଇନ୍ କରି ଦେଖିପାରିବେ।
CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ ଦେଖିବା ପାଇଁ
୧. cbseresults.nic.in ଏବଂ cbse.nic.in ୱେବସାଇଟ ଖୋଲନ୍ତୁ
୨. ହୋମପେଜକୁ ଯାଇ ‘CBSE Class 10th Result 2019’ରେ କ୍ଲିକ୍ କରନ୍ତୁ
୩. ରଜିଷ୍ଟ୍ରେସନ ନମ୍ବର/ରୋଲ ନମ୍ବର ଏଣ୍ଟର କରନ୍ତୁ ଏବଂ ଆଡମିଟ କାର୍ଡର ବିବରଣୀ ଦେଖି ଲେଖନ୍ତୁ
୪. ପରୀକ୍ଷା ଫଳ ସ୍କ୍ରୀନ ଉପରେ ଆସିଯିବ
୫. ସ୍କ୍ରୀନରେ ଆସିବା ପରେ ରିଜଲ୍ଟ ଡାଉନଲୋଡ କରନ୍ତୁ ଏବଂ ପ୍ରିଣ୍ଟଆଉଟ ନିଅନ୍ତୁଏସଏମଏସ ଜରିଆରେ ମଧ୍ୟ ପରୀକ୍ଷା ଫଳ ପାଇପାରିବେ। ଏଥିପାଇଁ ଆପଣ ‘cbse 10 [ନିଜର ରୋଲ ନମ୍ବର]’ ଲେଖିକର ୫୨୦୦୧ (ଏମଟିଏନଏଲ), ୫୭୭୬୬ (ବିଏସଏନଏଲ), ୫୫୪୫୬୦୬୮ (ଆଇଡିଆ) ରେ ମେସେଜ କରିପାରନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top