Home ଓଡ଼ିଶା ଫନିରେ କ୍ଷତିଗ୍ରସ୍ତଙ୍କ ପାଇଁ କେନ୍ଦ୍ର ସରକାରଙ୍କର ସହାୟତା ରାଶି ଘୋଷଣା

ଫନିରେ କ୍ଷତିଗ୍ରସ୍ତଙ୍କ ପାଇଁ କେନ୍ଦ୍ର ସରକାରଙ୍କର ସହାୟତା ରାଶି ଘୋଷଣା

1186

ଭୁବନେଶ୍ୱର ୬-୫ (ଓଡ଼ିଆ ପୁଅ) ଓଡ଼ିଶାରେ ବାତ୍ୟା କ୍ଷୟକ୍ଷତିକୁ ନେଇ ସମୀକ୍ଷା ଏବଂ ଅନୁଧ୍ୟାନ କରିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ଫେରିଯାଇଛନ୍ତି। ଓଡ଼ିଶାରେ ପହଞ୍ଚିବା ପରେ ଏକ ସ୍ୱତନ୍ତ୍ର ହେଲିକ୍ୟାଫ୍ଟର ଯୋଗେ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ବାତ୍ୟା ଫନିର ତାଣ୍ଡବ ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ ସହିତ ବିମାନବନ୍ଦରରେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ। ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଆକାଶମାର୍ଗରୁ ମୋଦି ସବୁଠୁ ଅଧିକ ପ୍ରଭାବିତ ଅଞ୍ଚଳ ପୁରୀ, ଖୋର୍ଦ୍ଧା ବୁଲି ଦେଖିବା ପରେ ଭୁବନେଶ୍ୱରର କିଛି ଅଞ୍ଚଳ ବୁଲି ଦେଖିଥିଲେ। ଆକାଶମାର୍ଗରୁ ବୁଲି ଦେଖିବା ପରେ ମୋଦି ବିମାନବନ୍ଦର ଟର୍ମିନାଲରେ ପହଞ୍ଚି ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ଟେଲିକମ୍, ଶକ୍ତି, ସ୍ୱାସ୍ଥ୍ୟ ଓ ରେଳ ବିଭାଗର କେନ୍ଦ୍ରୀୟ ଅଧିକାରୀ ମାନେ ଉପସ୍ଥିତ ରହିବା ସହିତ କେନ୍ଦ୍ରୀୟ ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ଏହା ପରେ ବିମାନବନ୍ଦରରେ ପ୍ରେସକୁ ସମ୍ବୋଧିତ କରି ସହାୟତା ରାଶି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ। ‘ଫନି’ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପିଛା ୨ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା କରିବା ସହିତ ଆହତ ବ୍ୟକ୍ତିମାନଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ବାତ୍ୟା ଫନି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ୩୪୦ କୋଟିର ଆଗୁଆ ସହାୟତା ରାଶି ଘୋଷଣା କରାଯାଇଥିଲା। କିନ୍ତୁ ଫୋନିର ତାଣ୍ଡବ ଯୋଗୁଁ କେତେ ଟଙ୍କାର ସମ୍ପତି ନଷ୍ଟ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏହା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ମୋଦୀ ଆଉ ଏକ ହଜାର କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.