Home ଓଡ଼ିଶା ପୋଲିସ-ମାଓବାଦୀ ଗୁଳି ବିନିମୟ, ଜଣେ ଯବାନ ସହିଦ

ପୋଲିସ-ମାଓବାଦୀ ଗୁଳି ବିନିମୟ, ଜଣେ ଯବାନ ସହିଦ

189

ମାଲକାନଗିରି,୨୮/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଏନ୍‌କାଉଣ୍ଟର। ବଣ୍ଡାଘାଟି ସୀମାରେ ପୋଲିସ ଓ ମାଓବାଦୀ ଗୁଳିବିନିମୟରେ ଜଣେ ଯବାନ୍‌ ସହିଦ୍‌ ହୋଇଛନ୍ତି। ଜଣେ ଗୁରୁତର ଆହତ ହୋଇଛନ୍ତି। ଜଣେ ମାଓବାଦୀ ନିହତ ହୋଇଥିବା ଆଶଙ୍କା କରାଯାଉଛି। ଆହୁରି ମାଓବାଦୀ ଲୁଚି ରହିଥିବା ଆଶଙ୍କାରେ DVF ଓ SOG ଯବାନଙ୍କ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି। ବଣ୍ଡାଘାଟୀ ପାକନାଗୁଡ଼ା ନିକଟସ୍ଥ ଜଙ୍ଗଲରେ ମାଓବାଦୀ ଲୁଚି ରହିଥିବା ଖବର ପାଇ ମାଲକାନଗିରି ଏସ୍‌ପିଙ୍କ ନେତୃତ୍ୱରେ ଚଢାଉ କରାଯାଇ ଗୁଳିବିନିମୟ ହୋଇଥିଲା। ଘଟଣାସ୍ଥଳରୁ ବନ୍ଧୁକ ଓ ଗୁଳି ଜବତ ହୋଇଛି। ମାଓବାଦୀମାନେ ମଧ୍ୟ ଯବାନଙ୍କ ଉପରକୁ ଗୁଳି କରିଥିଲେ। ଆହତ ଯବାନଙ୍କୁ ବିଶାଖାପାଟମା ହସ୍‌ପିଟାଲ ସ୍ଥାନାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.